33.1 C
Bhubaneswar
Saturday, April 27, 2024
HomeUncategorizedଜାତୀୟ ୱେବିନାର ରେ ଶ୍ରଦ୍ଧାଞ୍ଜଳି  ସାମ୍ବାଦିକତାକୁ ଲୋକାଭିମୁଖୀ କରିବାରେ ଡ଼.ମହତାବଙ୍କର ଅବଦାନ ଅତୁଳନୀୟ 

ଜାତୀୟ ୱେବିନାର ରେ ଶ୍ରଦ୍ଧାଞ୍ଜଳି  ସାମ୍ବାଦିକତାକୁ ଲୋକାଭିମୁଖୀ କରିବାରେ ଡ଼.ମହତାବଙ୍କର ଅବଦାନ ଅତୁଳନୀୟ 

ଭୁବନେଶ୍ୱର – ସାମ୍ବାଦିକତାକୁ ଲୋକାଭିମୁଖୀ କରିବାରେ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କର ଅବଦାନ ଓ ଯୋଗଦାନ ଅଦ୍ୱିତୀୟ ଥିଲା | ପ୍ରକୃତ ଘଟଣା କଣ ଜାଣିବା , ଜନସାଧାରଣଙ୍କୁ ଜଣାଇବା ଏବଂ ଏ ନେଇ ଜନମତକୁ ଜାଗ୍ରତ କରିବାରେ ଡ଼ ମହତାବ ସିଦ୍ଧହସ୍ତ ଥିଲେ ବୋଲି ତାଙ୍କର 120 ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ଜାତୀୟ ୱେବିନାରରେ ବିଶିଷ୍ଟ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି| ଓଡ଼ିଆ ସାମ୍ବାଦିକତାର ନବ ଦିଗନ୍ତ ; ଡ଼ ମହତାବ ଶୀର୍ଷକ  ଆଲୋଚନା ଚକ୍ରରେ ଉଦଘାଟନୀ ଭାଷଣ ପ୍ରଦାନ କରି ପ୍ରଖ୍ୟାତ ସାମ୍ବାଦିକ ଓ ସ୍ତମ୍ଭକାର ଅରୁଣ କୁମାର ପଣ୍ଡା , ଡ଼ .ମହତାବଙ୍କୁ ଓଡ଼ିଆ ସାମ୍ବାଦିକ ଜଗତର ପିତାମହ ବୋଲି ବର୍ଣନା କରିଥିଲେ | ଜାତୀୟ ଜରୁରୀ କାଳୀନ ପରିସ୍ଥିତି ସମୟରେ ଡ଼. ମହତାବ , ପ୍ରଜାତନ୍ତ୍ର ଓ ତାଙ୍କର ସ୍ତମ୍ବ “ଗାଁ ମଜଲିସ “ଜରିଆରେ ଇନ୍ଦିରାଗାନ୍ଧୀଙ୍କର କୁଶାସନ ଓ ଗଣତନ୍ତ୍ରର ପରିହାସ ବିରୁଦ୍ଧରେ ଯେଉଁ ସାଲିସ ବିହୀନ ସଂଗ୍ରାମ ଜାରି ରଖିଥିଲେ ତାହା ଅଭୂତପୂର୍ବ ଥିଲା ବୋଲି ଶ୍ରୀ ପଣ୍ଡା ସୁଚାଇଥିଲେ | ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବାଉରୀବନ୍ଧୁ କର ମହତାବଙ୍କର ଉପସ୍ଥିତି ଓ ପ୍ରତିପତ୍ତି  ସର୍ବବ୍ୟାପି ଓ ସର୍ବ ସଂପର୍ଣ୍ଣ ଥିଲା ବୋଲି ଦର୍ଶାଇ ସେ ରାଜନୀତିକୁ ଜୀବିକା ଭାବେ ଗ୍ରହଣ କରି ବାକୁ ପ୍ରସ୍ତୁତ ନ ଥିଲେ ବୋଲି କହିଥିଲେ | ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଡ଼ ମହତାବ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ର ସାମ୍ବାଦିକ , ସାହିତ୍ୟିକ , ରାଜନେତା ତଥା ସର୍ବୋପରି ମଣିଷ ଗଠନର ପାଠଶାଳା ଥିଲା ବୋଲି ଉଲେଖ କରିଥିଲେ | ଡ଼ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସ୍ୱାଧୀନତା ପୂର୍ବ ଓ ସ୍ଵାଧୀନୋତ୍ତର ଭାରତ ବର୍ଷରେ ଜନମତକୁ ସଚେତନ ଓ ସଶକ୍ତ କରିବାରେ ଡ଼. ମହତାବଙ୍କର ଭୂମିକା ବଳିଷ୍ଠ ଥିଲା ବୋଲି ଦର୍ଶାଇଥିଲେ | ଡ଼. ଦୀପକ ସାମନ୍ତରାୟ , ଡ଼. ମହତାବଙ୍କର ଜୀବନୀ  , ଦର୍ଶନ ଓ ରଚନାବଳୀ , ଓଡ଼ିଆ ସାମ୍ବାଦିକତାର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବାକୁ ପରାମର୍ଶ ଦେଇଥିଲେ | ଇନ୍ଷ୍ଟିଟ୍ୟୁଟ  ଅଫ ମେଡିଆ ଷ୍ଟଡ଼ିଜ ଦ୍ୱାରା ଆୟୋଜିତ ଏହି ୱେବିନାରରେ ଏହାର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ଡ଼. ଗିରିଶ ସ୍ୱାଇଁ ସଭାକୁ ସୁଚାରୁ ରୂପେ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking