33.1 C
Bhubaneswar
Thursday, April 25, 2024
Homeଓଡିଶାମୁଣ୍ଡ ନେଉଛି କରୋନା, ୪ ଦିନରେ ଗଲାଣି ୯ ଜଣଙ୍କ ଜୀବନ

ମୁଣ୍ଡ ନେଉଛି କରୋନା, ୪ ଦିନରେ ଗଲାଣି ୯ ଜଣଙ୍କ ଜୀବନ

ଭୁବନେଶ୍ୱର: ଜୁଲାଇ ଆରମ୍ଭରୁ କରୋନା ଦେଖାଇଲାଣି କରାଳ ରୂପ । ଜୁଲାଇର ପ୍ରଥମ ୪ ଦିନରେ କରୋନାରେ ଗଲାଣି ୯ ଜଣଙ୍କ ଜୀବନ । ୪ ଦିନରେ ୯ ମୃତ ସହ ୧୫୩୬ ଜଣ ଆକ୍ରାନ୍ତ ହେଲେଣି । ଫଳରେ ମାସକରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୯୩କୁ ବଢିଛି । ଜୁନ ୪ ତାରିଖରେ କରୋନା ଆକ୍ରାନ୍ତ ଥିଲେ ୨୬୦୮ ଜଣ । ଆଜି ଅର୍ଥାତ ଜୁଲାଇ ୪ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୮୬୦୧ । ମାସକ ତଳେ ମୃତ୍ୟୁବରଣ କରିଥିଲେ ୮ ଜଣ, ଏବେ ମୃତ୍ୟୁ ସଂଖ୍ୟା ୩୪ । ଫଳରେ ମାସକ ମଧ୍ୟରେ କରୋନାରେ ଗଲାଣି ୨୬ ଜଣଙ୍କ ଜୀବନ ।
ଦିନକୁ ଦିନ ମାରାତ୍ମକ ହେଉଛି କରୋନା । ଆଜି ଭୁବନେଶ୍ୱରରେ ଆଉ ୪୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୪୫ ଜଣଙ୍କ ମଧ୍ୟରୁ ୩୭ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୮ ଟି ଲୋକାଲ କଣ୍ଟାକ୍ଟ କେସ ରହିଛି । ମଂଚେଶ୍ୱର ପ୍ରତିଦିନ ଅଫିସରୁ ଆଉ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସାମାନ୍ତରାପୁର ନୂଆଗାଁରୁ ଆଉ ୬ ଜଣ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲରୁ ୩ କର୍ମଚାରୀ ମଧ୍ୟ କରୋନା ପଜିଟିଭ ବାହାରିଛନ୍ତି ।
ଆଜି ରାଜ୍ୟରେ ୨୪ ଟି ଜିଲ୍ଲାରୁ ୪୯୫ଟି କରୋନା ପଜିଟଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୩୫୫ଟି କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୪୦ଟି କେସ୍ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏଥିସହ ରାଜ୍ୟରେ ଆଜି ଆଉ ୫ ଜଣ କରୋନାରେ ଆଖି ବୁଜିଛନ୍ତି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଆଖି ବୁଜିଛନ୍ତି ।
ଚିହ୍ନଟ ହୋଇଥିବା ୪୯୫ଟି କେସ୍ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ ଟି କେସ୍ ଚିହ୍ନଟ ହୋଇଛି । ଅନୁଗୁଳ ଜିଲ୍ଲାରୁ୨୪ ଜଣ , ବାଲେଶ୍ୱର ଓ କଟକରୁ ୧୩ ଜଣ ଲେଖାଏଁ , ବରଗଡ଼ ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ , ଭଦ୍ରକ ଓ ଜଗତସିଂହପୁରରୁ ୧୨ ଜଣ ଲେଖାଏଁ , ଢେଙ୍କାନାଳ,ନୟାଗଡ଼ ଓ ଯାଜପୁରରୁ ଜଣେ ଲେଖାଏଁ , ଗଜପତିରୁ ୭ଜଣ , ଝାରସୁଗୁଡ଼ାରୁ ଓ କନ୍ଧମାଳରୁ ୮ଜଣ ଲେଖାଏଁ , କେନ୍ଦ୍ରାପଡ଼ାରୁ ୧୧ ଜଣ , କେନ୍ଦୁଝର , ମାଲକାନଗିରି ଓ କୋରାପୁଟ ରୁ ୫ ଜଣ ଲେଖାଏଁ , ଖୋର୍ଦ୍ଧାରୁ ୫୦ ଜଣ ,ମୟୁରଭଞ୍ଜରୁ ୨୮ ଜଣ , ନବରଙ୍ଗପୁରରୁ ୧୧ ଜଣ , ପୁରୀ ଜିଲ୍ଲାରୁ ୧୮ ଜଣ ,  ସମ୍ବଲପୁର ୬ ଜଣ ଓ ସୁନ୍ଦରଗଡ଼ରୁ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking