30.1 C
Bhubaneswar
Saturday, May 4, 2024
Homeଓଡିଶାଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ଡାଏଲିସିସ୍ ସେବା ଆରମ୍ଭ

ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ଡାଏଲିସିସ୍ ସେବା ଆରମ୍ଭ

ବ୍ରହ୍ମପୁର, : ଦକ୍ଷିଣ ଓଡ଼ିଶାରେ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଏଠାରେ ପ୍ରତିଷ୍ଠିତ ହୋଇଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଶୀତଳାପଲ୍ଲୀ କ୍ୟାମ୍ପସ୍‌) ଠାରେ ଗତ ଗୁରୁବାର ଠାରୁ ଆରମ୍ଭ ହୋଇଛି ଡାଏଲିସିସ୍ ଚିକିତ୍ସା । ପ୍ରଥମ ପର୍ଯ୍ୟାୟରେ ଦୈନିକ ୧୦ଜଣଙ୍କୁ ଏଠାରେ ଡାଏଲିସିସ୍ ସେବା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ଆଗାମୀ ଦିନରେ ରୋଗୀମାନଙ୍କର ସ୍ୱାସ୍ଥ୍ୟ ସେବା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ ।
ନେଫ୍ରୋଲୋଜି ବିଭାଗର ଡାକ୍ତର ବିଶ୍ୱରଂଜନ ମହାନ୍ତିଙ୍କ ତତ୍ୱାବଧାନରେ ଏହି ଡାଏଲିସିସ୍ ସେବା ଆରମ୍ଭ କରାଯାଇଛି । ହସ୍ପିଟାଲକୁ ଡାଏଲିସିସ୍ ପାଇଁ ଆସୁଥିବା ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁଁ ଅତ୍ୟାଧୁନିକ ହେମୋ ଡାଏଲିସିସ୍ ସୁବିଧା ସହିତ ଏହି ସେବା ଆରମ୍ଭ କରାଯାଇଛି ଯାହା ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ।
ଏହି ପଦ୍ଧତିରେ ଅଲଟ୍ରା ପିୟୋର୍ ୱାଟର୍ ବ୍ୟବହାର କରାଯାଉଛି । ଏଥିପାଇଁ ହସ୍ପିଟାଲ ପରିସରରେ ଅଲଟ୍ରା ପିୟୋର୍ ୱାଟର୍ ପ୍ଲାଂଟ୍ ସ୍ଥାପନ କରାଯାଇଛି । ହସ୍ପିଟାଲ୍ ଦ୍ୱାରା ହେଉଥିବା ଡାଏଲିସିସ୍‌ରେ ଅଲଟ୍ରା ପିୟୋର୍ ୱାଟର୍‌କୁ ବ୍ୟବହାର କରାଯିବା ଯୋଗୁଁ ଏହି ଚିକିତ୍ସା ରୋଗୀଙ୍କ କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହେଉଛି ବୋଲି ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି ।
ଆଗାମୀ ଦିନରେ ଦୈନିକ ୪୦ରୁ ୫୦ ଜଣ ରୋଗୀଙ୍କୁ ଡାଏଲିସିସ୍ ସେବା ପ୍ରଦାନ କରାଯିବାର ଯୋଜନା ରହିଛି ବୋଲି ଡାକ୍ତର ମହାନ୍ତି କହିଛନ୍ତି । ପ୍ରତ୍ୟେକ ଗୁରୁବାର ଭୁବନେଶ୍ୱର ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗରୁ ବରିଷ୍ଠ ଡାକ୍ତରମାନେ ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ଓପିଡିରେ ରୋଗୀଙ୍କ ଚିକିତ୍ସା କରିବେ । ଫଳରେ ହସ୍ପିଟାଲରେ ରୋଗୀମାନେ ଅଧିକ ସଂଖ୍ୟାରେ ଉତମ କିଡ଼ନୀ ଚିକିତ୍ସା ଓ ସେବା ପାଇପାରିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking