28.1 C
Bhubaneswar
Monday, May 27, 2024
Homeବ୍ରେକୀଙ୍ଗ୨୬ ଶିଶୁ ସମେତ ୭୩ ଦାଦନ ଶ୍ରମିକ ଉଦ୍ଧାର

୨୬ ଶିଶୁ ସମେତ ୭୩ ଦାଦନ ଶ୍ରମିକ ଉଦ୍ଧାର

ସଇଁନ୍ତଳା : ୨୬ ଜଣ ଶିଶୁ ସହ ୭୩ ଜଣ ଶ୍ରମିକଙ୍କୁ ଏକ ବସ୍ ଯୋଗେ ତେଲେଙ୍ଗାନା ରାଜ୍ୟ ଜଗତିଆଲ ଜିଲ୍ଲାର ତଳିପଲ୍ଲି ଗ୍ରାମର ମହମ୍ମଦ ସକିଲ ଆଣି ପୁଲିସ ଜିମା ଦେଇଛନ୍ତି । ଟିଟିଲାଗଡ଼ ପୁଲିସ ଷ୍ଟେସନରେ ଶ୍ରମିକଙ୍କ କରୁଣ ନିବେଦନର ଭାଇରାଲ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବାପରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଶ୍ରମ ଅଧିକାରୀ ଓ ଚାଇଲ୍ଡ ଲାଇନର ମିଳିତ ଉଦ୍ୟମରେ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା । କିଛି ଶ୍ରମିକ ଦଲାଲ ଟଙ୍କା ଲୋଭଦେଖାଇ ଦାଦନ ଶ୍ରମିକମାନଙ୍କୁ ତେଲେଙ୍ଗାନା ରାଜ୍ୟରେ ଇଟାଭାଟିରେ କାମ କରିବାପାଇଁ ନେଇଥିଲେ । ସେଠାରେ ସର୍ଦ୍ଦାର ତିରିଶ ଲକ୍ଷ ଟଙ୍କା ନେଇ ଫେରାର ମାରିଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହାପରେ ପ୍ରଶାସନ ଓ ଚାଇଲ୍ଡ ଲାଇନର ହସ୍ତକ୍ଷେପ ପରେ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା । ଇଟାଭାଟିର ମାଲିକ ନିଜେ ଏକ ବସ୍ ଭଡ଼ା କରି ଦାଦନ ଶ୍ରମିକମାନଙ୍କୁ ତେଲେଙ୍ଗାନାରୁ ଆଣି ଟିଟିଲାଗଡ଼ ପୁଲିସ ଷ୍ଟେସନରେ ଚାଇଲ୍ଡ ଲାଇନର ଟିଟିଲାଗଡ଼ ସଦସ୍ୟ ଶିବାନନ୍ଦ ବେହେରାଙ୍କ ଉପସ୍ଥିତିରେ ପୁଲିସ ଜିମା ଦେଇଯାଇଥିଲେ । ଏନେଇ ଶ୍ରମ ଅଧିକାରୀ କହିଛନ୍ତି ଦାଦନ ଶ୍ରମିକମାନଙ୍କ ଯଥା ସମ୍ଭବ ଉପଯୁକ୍ତ ଥଇଥାନ କରାଯିବା ପାଇଁ ସରକାରଙ୍କ ନିକଟରେ ଆବେଦନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking