30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପାହାଡ଼ ଚଢ଼ି ଡଙ୍ଗରିଆଙ୍କ ଦୁଃଖ ବୁଝିଲେ ଉପଜିଲ୍ଲାପାଳ

ପାହାଡ଼ ଚଢ଼ି ଡଙ୍ଗରିଆଙ୍କ ଦୁଃଖ ବୁଝିଲେ ଉପଜିଲ୍ଲାପାଳ

ମୁନିଗୁଡା : ପାହାଡ଼ ଚଢ଼ି ଲୋକଙ୍କ ସହିତ ମିଶିଲେ,କଥାବାର୍ତ୍ତା ହୋଇ ଅଭାବ ଅସୁବିଧା ବୁଝିଲେ ଆଉ ବ୍ଲକ ପ୍ରଶାସନ ସହ ଆଲୋଚନା କଲେ । ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାୟତର ଦୁର୍ଗମ ଆଦିବାସୀ ଅଧୁସିତ ଅଞ୍ଚଳ ତଥା ନିୟମଗିରି ପାହାଡ଼ର ପାଦଦେଶରେ ଅବସ୍ଥିତ ଆମ୍ବଧୁନୀ, ଧାମଣପଙ୍ଗା ଓ ଡେଙ୍ଗୁଣୀ ତିନୋଟି ଗ୍ରାମରେ ପହଞ୍ଚିଥିଲେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୋନାଲ ଜେନା । ଆଦିମ ସଭ୍ୟତାର ଏହି ଧରୋହର ଡଙ୍ଗରିଆ ଆଦିବାସୀଙ୍କ ସମସ୍ୟା ବୁଝିବା ପାଇଁ ସେ ଓ ତାଙ୍କ ଟିମ ସାତ କିଲୋମିଟର ପାହାଡ଼ ପର୍ବତ ଘେରା ଅଙ୍କା ବଙ୍କା ରାସ୍ତାରେ ଚାଲି ଚାଲି ଉକ୍ତ ଗ୍ରାମରେ ପହଞ୍ଚିଲେ ।ତାଙ୍କ ସହିତ ଥିଲେ ମୁନିଗୁଡା ବ୍ଲକ ବିଡିଓ ଦିଲ୍ଲୀପ କୁମାର ବେହେରା, ମୁନିଗୁଡା ତହସିଲଦାର ଦେବାଶିଷ ଗୌଡ଼,ବ୍ଲକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ପ୍ରଧାନ, ରାଜସ୍ୱ ନିରୀକ୍ଷକ ନୀଳାଞ୍ଚଳ ଗୌଡ଼, କନିଷ୍ଟ ଯନ୍ତ୍ରୀ ଅଶୋକ କୁମାର ପାତ୍ର, ପିଇଓ ନିରଞ୍ଜନ ବେହେରା, ଜିଓ ଟେକ ସୁଶଣ ଗରଡ଼ିଆଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।  ତିନୋଟି ଗ୍ରାମରେ ପହଞ୍ଚି ସ୍ଥାନୀୟ ଡଙ୍ଗରିଆ ଆଦିବାସୀ ଲୋକଙ୍କ ମୌଳିକ ସମସ୍ୟା ପଚାରି ବୁଝିଥିଲେ କ୍ଷ ମୁଖ୍ୟ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମନ ଉପରେ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ଲୋକେ ଠିକ ସମୟରେ ଭତା, ରାସନ ଚାଉଳ ସହ ବିଭିନ୍ନ ସରକାରୀ ଯୋଜନା ଠିକ ସମୟରେ ପାଉଛନ୍ତି କି ନାହିଁ ଗ୍ରାମବାସୀ ମାନଙ୍କୁ ପଚାରି ବୁଝିଥିଲେ ଉପଜିଲ୍ଲାପାଳ । ଗ୍ରାମରେ ଲାଗି ରହିଥିବା ବିଭିନ୍ନ ମୌଳିକ ସମସ୍ୟା ସହ ପାନୀୟ ଜଳ ସମସ୍ୟାକୁ ପ୍ରାଥମିକତା ଦେଇ କିପରି ସେମାନଙ୍କୁ ଯଥାଶୀଘ୍ର ସୁଦ୍ଧ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିବା ସହ ଅନ୍ୟାନ୍ୟ ସମସ୍ୟା ଗୁଡିକର ସମାଧାନ କରିବାକୁ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଦିନ ଗୁଡିକରେ ଗ୍ରାମବାସୀଙ୍କ ସମସ୍ତ ମୌଳିକ ସମସ୍ୟାର ସମାଧାନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି  ଉପ-ଜିଲ୍ଲାପାଳ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking