35.1 C
Bhubaneswar
Monday, June 17, 2024
Homeବ୍ରେକୀଙ୍ଗମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ

ବାଲୁଗାଁ : ବାଲୁଗାଁ  ଗାନ୍ଧୀନଗରରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ବାପଘର ଲୋକେ ଅଭିଯୋଗ କରିଛନ୍ତି । ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିବାବେଳେ ଶାଶୂଘର ଲୋକେ ଏହାକୁ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କହିଛନ୍ତି । ଏ ସମ୍ପର୍କରେ ବାଲୁଗାଁ ପୁଲିସ୍ ତଦନ୍ତ ଜାରି ରଖିଥିବାବେଳେ  ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛି । ସୂଚନା ଅନୁଯାୟୀ, ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମର ବୁଲା ପଲେଇଙ୍କ ଝିଅ ବାସନ୍ତୀ ୨୦୧୩ ମସିହା ମେ ମାସରେ ସ୍ଥାନୀୟ ଗାନ୍ଧୀନଗରର ଗୋଲଖ ପ୍ରଧାନଙ୍କ ପୁଅ ଶୁଭାଶିଷକୁ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷ ଦାବି ମୁତାବକ ଯୌତୁକ ଅର୍ଥ କନ୍ୟାପିତା ଦେଇଥିଲେ । ତେବେ ବିବାହର କିଛି ବର୍ଷ ଭଲରେ ଚଳିବା ପରେ ଅଧିକ ଯୈାତୁକ ଅର୍ଥ ବାପଘରୁ ଆଣିବା ପାଇଁ ବାସନ୍ତୀ ଉପରେ ଚାପ ପକାଯାଉଥିଲା । ଏପରିକି ନିର୍ଯ୍ୟାତନା ଦିଆଯାଉଥିଲା । ଗତ ରବିବାର ମଧ୍ୟ ବାସନ୍ତୀ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ତାର ମା’କୁ ଫୋନ୍ ଯୋଗେ ଜଣାଇଥିଲା । ତେବେ ମଙ୍ଗଳବାର ଅପରାହ୍ନରେ ବାସନ୍ତୀର ଦେହ ଗୁରୁତର ଅସୁସ୍ଥ  ଥିବା ଏବଂ ସେ ବାଲୁଗାଁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମ୍ପର୍କରେ ଜ୍ୱାଇଁ ଠାରୁ ଖବର ପାଇ କନ୍ୟାଘର ପରିବାର ଲୋକେ ଆସି ପହଞ୍ôଚ ଝିଅର ମୃତ୍ରୁ୍ୟ ହୋଇଥିବା ଦେଖିବାକୁ ପାଇଥିଲେ । ଏହି ଘଟଣାରେ ବୋହୂ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ ପୁଲିସ୍ ଆଗରେ କହିଥିବା ବେଳେ ଶାଶୂଘର ପରିବାର ଲୋକେ ସଂଘବଦ୍ଧ ଭାବେ ଝିଅକୁ ହତ୍ୟା କରିଥିବା ନେଇ ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ପୁଲିସ୍ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking