40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶଯୌନ କେଳେଙ୍କାରୀ ମାମଲା; ନାତିକୁ ୱାର୍ଣ୍ଣିଂ ଦେଲେ ପୂର୍ବତନ ପିଏମ ଦେବେଗୌଡ଼ା

ଯୌନ କେଳେଙ୍କାରୀ ମାମଲା; ନାତିକୁ ୱାର୍ଣ୍ଣିଂ ଦେଲେ ପୂର୍ବତନ ପିଏମ ଦେବେଗୌଡ଼ା

ବେଙ୍ଗାଲୁରୁ: କର୍ଣ୍ଣାଟକ ଯୌନ କେଳେଙ୍କାରୀ ଓ ଅଶ୍ଳୀଳ ଭିଡିଓ ମାମଲା । ଏକାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଓ ୩୦୦୦ ଅଶ୍ଳୀଳ ଭିଡିଓ ସୁଟିଂ ମାମଲାରେ ଜଡ଼ିତ ନାତି ତଥା ଜେଡିଏସ ସାଂସଦ ପ୍ରଜ୍ଜ୍ୱଳ ରେବନ୍ନାକୁ ତାଗିଦ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା । ଘଟଣା ସାମ୍ନାକୁ ଆସିବା ପରେ ନାତି ଫେରାର ଥିବା ବେଳେ ସ୍ୱଦେଶ ଫେରିଆସି ଆଇନର ସାମ୍ନା କରିବାକୁ ଦେବେଗୌଡା ପ୍ରଜ୍ଜ୍ୱଳଙ୍କୁ କହିଛନ୍ତି । ଦେବେଗୌଡା କହିଛନ୍ତି, “ପ୍ରଜ୍ଜ୍ୱଳ ରେବନ୍ନା ଯେଉଁଠି ବି ଅଛି ଯଥାଶୀଘ୍ର ସ୍ୱଦେଶ ଫେରି ଆସି ଆଇନର ସାମ୍ନା କରିବାକୁ ମୁଁ ୱାର୍ଣ୍ଣିଂ ଦେଇଛି ।

ସେ ମୋର ସହିବା ଶକ୍ତିକୁ ପରୀକ୍ଷା କରିବା ଉଚିତ ନୁହେଁ । ଏହାସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା ଏକ ଚିଠି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ମେ ୧୮ ତାରିଖରେ ପ୍ରଜ୍ଜ୍ୱଳ ରେବନ୍ନା ସମ୍ପର୍କରେ ମୁଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲି । ସେ ମୋ ପରିବାର, ସହଯୋଗୀ, ବନ୍ଧୁ ପରିଜନ ଓ ଦଳୀୟ କର୍ମୀଙ୍କ ସହିତ ଯାହା ସବୁ କରିଛି ସେହି ଆଘାତରୁ ବାହାରିବା ଲାଗି ମୋତେ କିଛି ସମୟ ଲାଗିଥିଲା । ପୂର୍ବରୁ ବି ମୁଁ କହିଛି ପ୍ରଜ୍ଜ୍ୱଳକୁ ସ୍ୱଦେଶ ଫେରି ଆସି ଆଇନର ସାମ୍ନା କରିବା ଉଚିତ ।

ସେ ଆହୁରି କହିଛନ୍ତି, “ଘଟଣା ସାମ୍ନାକୁ ଆସିବା ପରେ ଏ ସମ୍ପର୍କରେ ମୋ ପୁଅ ପ୍ରତିକ୍ରିୟା ରଖିଆସିଛି । ଅନେକ ଲୋକ ମୋ ପରିବାରକୁ ନେଇ କଟୁ କଥା କହିଛନ୍ତି । ମୁଁ ଏ ସମ୍ପର୍କରେ ଜାଣିଛି । ସେମାନଙ୍କୁ ରୋକିବାକୁ ମୁଁ ଉଦ୍ୟମ କରୁନାହିଁ । ଏପରିକି ସେମାନଙ୍କୁ ସମାଲୋଚନା କରିବାକୁ ଚାହୁଁନାହିଁ । ମୁଁ ଲୋକଙ୍କୁ ଏହା ମଧ୍ୟ କହିପାରିବିନି ଯେ ପ୍ରଜ୍ଜ୍ୱଳର ଏହି କାର୍ଯ୍ୟକଳାପ ସମ୍ପର୍କରେ ମୁଁ ମଧ୍ୟ ଅଜ୍ଞ ଥିଲି । ହାସନ ସାଂସଦ ପ୍ରଜ୍ଜ୍ୱଳ ରେବନ୍ନା ଚଳିତ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଭାବେ ପୁଣି ଥରେ ହାସନରୁ ନିର୍ବାଚନ ଲଢୁଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ୱଳ ଅନେକ ବିବାଦର ସମ୍ମୁଖୀନ ହୋଇଛନ୍ତି । ସେ ଭାରତ ଛାଡି ଜର୍ମାନୀରେ ରହୁଥିବା ଚର୍ଚ୍ଚା ହେଉଛି । ତେବେ ତାଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବାଧ୍ୟ କରିବା ଲାଗି ତାଙ୍କର ବ୍ୟାଙ୍କ ଖାତାକୁ ଅଚଳ କରିବା ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଯୋଜନା କରୁଛି । ପ୍ରଜ୍ଜ୍ୱଳଙ୍କୁ ଧରିବା ଲାଗି ଲୁକଆଉଟ ନୋଟିସ ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking