32.1 C
Bhubaneswar
Sunday, June 16, 2024
Homeଓଡିଶାସାମଗ୍ରୀକ ସହରିକରଣ ନବୀନ ଗ୍ୟାରେଣ୍ଟି : ବିଜେଡି

ସାମଗ୍ରୀକ ସହରିକରଣ ନବୀନ ଗ୍ୟାରେଣ୍ଟି : ବିଜେଡି

ଭୁବେନଶ୍ବର; ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ବିଜେଡିର ନିର୍ବାଚନୀ ଇସ୍ତାହାରରେ ୧୯ନମ୍ବର ଗାରେଣ୍ଟିରେ ସାମଗ୍ରିକ ସହରୀକରଣ ଉପରେ ଆଲୋକପାତ କରିଥିଲେ l ଡ଼ଃ ପଟ୍ଟନାୟକ କହିଲେ, ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ କଟକରୁ ଭୁବନେଶ୍ୱର ମେଟ୍ରୋ ସେବା ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି l ଏଥିରେ ରାଜ୍ୟ ସରକାର ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ l ଆସନ୍ତା ଦଶ ବର୍ଷରେ ଏହି ସେବାକୁ ଖୋର୍ଦ୍ଧାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ l ସାମଗ୍ରୀକ ସହରୀକରଣ ପ୍ରକ୍ରିୟାରେ, ଚାରୋଟି କ୍ଳଷ୍ଟର ତିଆରି କରାଯାଇ ଏହାର ଵିକାଶ କରାଯିବ l ଭୁବନେଶ୍ୱର-ଖୋର୍ଦ୍ଧା-କଟକ-ପୁରୀ ପ୍ରଥମ କ୍ଳଷ୍ଟର, ସମ୍ବଲପୁର-ଝାରସୁଗୁଡା-ରାଉରକେଲା ଦ୍ଵିତୀୟ କ୍ଳଷ୍ଟର, ବାରିପଦା-ବାଲେଶ୍ଵର-ଭଦ୍ରକ ତୃତୀୟ କ୍ଳଷ୍ଟର ଓ ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର ଚତୁର୍ଥ କ୍ଳଷ୍ଟର ଭାବେ ଚିହ୍ନିତ ହେବ l ଏହି କ୍ଳଷ୍ଟର ଗୁଡିକରେ ଆସନ୍ତା ଦଶ ବର୍ଷ ଭିତରେ ସବୁଜ କରଣ ବୃଦ୍ଧି କରାଯିବ, କ୍ରୀଡା ଭିତ୍ତିଭୂମି, ପବ୍ଲିକ ଟ୍ରାନ୍ସ ପୋର୍ଟ ବ୍ୟବସ୍ଥା, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରାଯିବ l

ତା ଛଡ଼ା, ରାଜ୍ୟର ଅନ୍ୟ କୋଡିଏଟି ଛୋଟ ସହରକୁ ବଡ଼ ସହରରେ ପରିଣତ କରାଯିବ l ଏହି ସହରମାନଙ୍କ ଭିତରୁ ପ୍ରମୁଖ ସହର ଗୁଡିକ ହେଲା, ପାରାଦ୍ୱୀପ, ଢେଙ୍କାନାଳ, ଯୋଡା, ବଡ଼ବିଲ, କେଉଁଝର, ଅନଗୁଳ, କେନ୍ଦ୍ରାପଡ଼ା ନୟାଗ ଡଇତ୍ୟାଦି l ପୁରୀ ଠାରେ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେବାକୁ ଯାଉଥିବାବେଳେ ଏହାକୁ ଏକ ଆନ୍ତର୍ଜାତୀୟ ଆଧ୍ୟାତ୍ମିକ କେନ୍ଦ୍ରଭାବେ ଗଢି ତୋଳାଯିବ l ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏକ୍ସପ୍ରେସୱେୟ ନିର୍ମାଣ କରାଯିବ ଯାହାର ଉଭୟ ପାର୍ଶ୍ଵରେ କମର ସିଆଲ କେନ୍ଦ୍ର ସହ ଅର୍ଥନୈତିକ କରିଡ଼ର ନିର୍ମାଣ କରାଯିବ l ଏହା ନିର୍ମିତ୍ତ ହେଲାପରେ ଏହା ଏକ ଦେଶର ପ୍ରମୁଖ ବ୍ୟବସାୟ କେନ୍ଦ୍ର ଭାବେ ଉଭାହେବl ବିଜୁ ଏକ୍ସପ୍ରେସୱେ ଦକ୍ଷିଣ ଗୋପାଳପୁର ଠାରୁ ଜୟପୁର ପର୍ଯ୍ୟନ୍ତ ନିର୍ମାଣ କରାଯିବାl ଲକ୍ଷ୍ମୀ ବସ ଓ ଜଗନ୍ନାଥ ବସ ସେବାକୁ ଆହୁରି ବ୍ୟାପକ କରାଯିବl ଓଡିଶାକୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ ଇତ୍ୟାଦି ସ୍ଥାନକୁ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇଛି, ଏହାକୁ ଆହୁରି ଅନେକ ଆନ୍ତର୍ଜାତୀୟ ସହରକୁ ବୃଦ୍ଧି କରିବାକୁ ପ୍ରୟାସ କରାଯିବl କ୍ରୀଡା କ୍ଷେତ୍ରରେ ଓଡିଶା ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଥିବାବେଳେ ଆହୁରି ଅଧିକ କ୍ରୀଡା ଭିତ୍ତି ଭୂମି ତିଆରି କରାଯିବ l

ସେହି କର୍ମରେ, ବିଜେଡିର ନିର୍ବାଚନୀ ଇସ୍ତାହାରର ୧୭ନମ୍ବର ଗ୍ୟାରେଣ୍ଟି ଭାବେ କଟକରେ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିଅମ, ସମ୍ବଲପୁରରେ ଆନ୍ତର୍ଜାତୀୟ ଫୁଟବଲ ଷ୍ଟାଡିଅମ ଓ ବ୍ରହ୍ମପୁର ଠାରେ ଆନ୍ତର୍ଜାତୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛିl ଓଡିଶା ପୂର୍ବ ଭାରତର ଆଇଟି ହବ ହେବାକୁ ଯାଉଛି ଯାହାର ମୂଳ ଦୁଆ ପଡି ସାରିଛିl ବିଶ୍ୱର ଅନେକ ପ୍ରତିଷ୍ଠିତ ଆଇଟି କମ୍ପାନୀ ଭୁବନେଶ୍ୱର ଠାରେ ସେମାନଙ୍କ କାର୍ଯ୍ୟାଳୟ ଖୋଲି ସାରିଲେଣି ଓ ଅନେକ ଓଡ଼ିଶାର ଯୁବକମାନେ ଏଥିରେ ନିଯୁକ୍ତି ପାଇଲେଣି l ସେହିପରି, ମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଓଡିଶା ଏକ ହବ ହେବାକୁ ଯାଉଛିl ସ୍ଥାନୀୟ ଏମଏସଏମଇ ୟୁନିଟ ଗୁଡିକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଦିଆଯିବା ପାଇଁ ପାଞ୍ଚ ସହ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ତିଆରି କରାଯିବ l ଡ଼ଃ ପଟ୍ଟନାୟକ ଆହୁରି କହିଥିଲେ, ରାଜ୍ୟର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ ଏକ ଯୁଗାନ୍ତ କାରୀ ପଦକ୍ଷେପl ଏପରି ଯୋଜନା ଅନ୍ୟ କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇ ନାହିଁl ଏହାକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବl

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking