40.1 C
Bhubaneswar
Sunday, June 16, 2024
Homeଓଡିଶାସ୍ତ୍ରୀର ନିର୍ଯାତନା ଅସହ୍ୟ ହେବାରୁ ନିଜ ଶରୀରରେ ନିଆଁ ଲଗାଇଦେଲା ସ୍ୱାମୀ

ସ୍ତ୍ରୀର ନିର୍ଯାତନା ଅସହ୍ୟ ହେବାରୁ ନିଜ ଶରୀରରେ ନିଆଁ ଲଗାଇଦେଲା ସ୍ୱାମୀ

ଝାରସୁଗୁଡ଼ା: ସ୍ତ୍ରୀର ନିର୍ଯାତନା ଅସହ୍ୟ ହେବାରୁ ପେଟ୍ରୋଲ ଢାଳି ହୋଇ ନିଜ ଶରୀରରେ ନିଆଁ ଲଗାଇଦେଲେ ସ୍ୱାମୀ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି । ଏ ସଂକ୍ରାନ୍ତରେ ସଦର ଥାନାର କନେଷ୍ଟବଳ ସୁଶାନ୍ତ ଚୌଧୁରୀଙ୍କ ଏତଲା ଆଧାରରେ ପୁଲିସ୍ ଆତ୍ମହତ୍ୟା ଉଦ୍ୟମ କରିଥିବା କର୍ଣ୍ଣ ପ୍ରଧାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୁଲିସ୍ ଏତଲାରେ ଦର୍ଶାଇଥିବା ସୂଚନା ଅନୁସାରେ, ହୋମ୍‌ଗାର୍ଡ ଆଶିଷ ସେଠ୍ ଓ ସୁଶାନ୍ତ ଚୌଧୁରୀ ପାଟ୍ରୋଲିଂରେ ଥିବା ସମୟରେ କର୍ଣ୍ଣ ପ୍ରଧାନଙ୍କ ବିରୋଧରେ ଗତମାସରେ ଏକ ଅଭିଯୋଗ ଆସିଥିଲା । ଲହଣ୍ଡାବୁଡ଼ର ଲତିକା ପ୍ରଧାନ ନାମକ ଜଣେ ମହିଳା ତାଙ୍କ ସ୍ୱାମୀ କର୍ଣ୍ଣଙ୍କ ବିରୋଧରେ ଏତଲା ମଧ୍ୟ ଦେଇଥିଲେ । ଏଥିରେ କର୍ଣ୍ଣ ପ୍ରଧାନ ପତ୍ନୀ ଲତିକାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗରେ ଦର୍ଶାଯାଇଥିଲା ।

ମାମଲା ସମ୍ପର୍କରେ ଲତିକା ବାରମ୍ବାର ପୁଲିସ୍‌କୁ ଫୋନ୍ କରି ଏହାର ଅଗ୍ରଗତି ସମ୍ପର୍କରେ ପଚାରୁଥିଲେ । ତେବେ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସେ ଉଚ୍ଚ ଅଧିକାରୀଙ୍କ ପାଖକୁ ଯିବେ ବୋଲି ମଧ୍ୟ ଶ୍ରୀମତୀ ପ୍ରଧାନ କହୁଥିଲେ । ପରେ ପାଟ୍ରୋଲିଂ ଟିମ୍ ଲହଣ୍ଡାବୁଡ଼ସ୍ଥିତ କର୍ଣ୍ଣ ପ୍ରଧାନଙ୍କ ଘରେ ପହଞ୍ଚିଥିଲା । ଏହି ସମୟରେ କର୍ଣ୍ଣ ପ୍ରଧାନ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ ପୁଲିସ୍ ନିଆଁ ଲିଭାଇବା ସହିତ ତାଙ୍କୁ ଉଦ୍ଧାର କରି ପୁଲିସ୍ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତଦନ୍ତ ସମୟରେ ସ୍ତ୍ରୀର ନିର୍ଯାତନା ସହି ନପାରି ସେ ଏଭଳି ପଦକ୍ଷେପ ନେଇଥିବା ପୁଲିସ୍‌ରେ ବୟାନ୍ ଦେଇଛନ୍ତି ବୋଲି ଏତଲାରେ ଦର୍ଶାଯାଇଛି । ତେବେ କର୍ଣ୍ଣ ପ୍ରଧାନ ଆତ୍ମହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପୁଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ସେପଟେ, ହସ୍ପିଟାଲ ପରିସରରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କର୍ଣ୍ଣଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking