28.1 C
Bhubaneswar
Saturday, April 27, 2024
Homeକରୋନାଆମେରିକାରେ ମୃତ୍ୟୁ ସଂଖ୍ୟା ୪୦,୦୦୦ ଛୁଇଁଲା

ଆମେରିକାରେ ମୃତ୍ୟୁ ସଂଖ୍ୟା ୪୦,୦୦୦ ଛୁଇଁଲା

ନୂଆଦିଲ୍ଲୀ : ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁ ଆମେରିକାରେ ପ୍ରାଣ ହରାଇଥିବା ୪୦,୬୬୧ ଜଣଙ୍କ ମଧ୍ୟରୁ ନ୍ୟୁୱର୍କର ସର୍ବାଧିକ ଲୋକ ରହିଛନ୍ତି। ଚାଇନାରେ ସୃଷ୍ଟି ହୋଇଥିବା ଏହି ଭାଇରସ ଆମେରିକାରେ ସବୁଠାରୁ ଅଧିକ କ୍ଷତି ଘଟାଇଛି। କରୋନା ଯୋଗୁ ଏଠାରେ ସର୍ବାଧିକ ଲୋକ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ତାଲିକାରେ ମଧ୍ୟ ଦେଶ ୧ନଂ ରହିଛି। ଏବେ ସୁଦ୍ଧା ଆମେରିକାରେ ୭,୫୯,୦୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୫ ହଜାରରେ ପହଞ୍ଚିଥିବା ବେଳେ ପ୍ରାୟ ୪୦ ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଆମେରିକାରେ କରୋନାର ହଟ୍‌ସ୍ପଟ୍ କୁହାଯାଉଥିବା ନ୍ୟୁୟର୍କରେ ଆଜି ମୃତ୍ୟୁସଂଖ୍ୟା କମ୍ ରହିଥିବା ଜଣାପଡ଼ିଛି। ନ୍ୟୁୟର୍କରେ ଆଜି ମୃତ୍ୟୁ ସଂଖ୍ୟା ୫୫୦ରେ ସୀମିତ ରହିଛି। ଗତ ୨ ସପ୍ତାହ ମଧ୍ୟରେ ଏହା ସବୁଠୁ କମ୍‌। ଅନ୍ୟପକ୍ଷେ ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ମୃତକଙ୍କ ସଂଖ୍ୟା ଲଗାତାର କମୁଛି। ସ୍ପେନ୍‌ରେ ୧ ଲକ୍ଷ ୯୫ ହଜାର ୯୪୪ ଜଣ ଭାଇରସ୍ ସଂକ୍ରମିତ ହୋଇଛନ୍ତି। ୨୦ ହଜାର ୪୫୩ ଜଣଙ୍କ ମୃତ୍ୟୁ ହୋଇଛି। ‌ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସ୍ପେନ୍‌ରେ ୪୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତ୍ୟୁସଂଖ୍ୟା ମାସକରେ ସବୁଠୁ କମ୍‌। ଇଟାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୯୨୫ ଥିବାବେଳେ ମୃତ୍ୟୁସଂଖ୍ୟା ୨୩ ହଜାର ୨୨୭ରେ ପହଞ୍ଚିଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା‌ ୧୯ ହଜାର ୩୨୩ରେ ପହଞ୍ଚିଛି ଏବଂ ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୧୫ ହଜାର ୪୬୪ରେ ପହଞ୍ଚିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking