31.1 C
Bhubaneswar
Tuesday, April 23, 2024
Homeଓଡିଶାରାଜ୍ୟରେ ୭କରୋନା ପଜେଟିଭ୍‌ଙ୍କ ମଧ୍ୟରୁ ୫ଭଦ୍ରକ, ୨ ବାଲେଶ୍ୱର ଜିଲ୍ଲାର

ରାଜ୍ୟରେ ୭କରୋନା ପଜେଟିଭ୍‌ଙ୍କ ମଧ୍ୟରୁ ୫ଭଦ୍ରକ, ୨ ବାଲେଶ୍ୱର ଜିଲ୍ଲାର

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳେ ଯେଉଁ ୭ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ସେମାନେ ହେଲେ ଭଦ୍ରକ ଅଞ୍ଚଳର ୫ଜଣ ହୋଇଥିବା ବେଳେ ବାଲେଶ୍ୱର ଅଞ୍ଚର ୨ଜଣ ବୋଲି ଜଣାପଡ଼ିଛି । ବର୍ତମାନ ସୁଦ୍ଧା ଭଦ୍ରକରେ ଆଜିର ୫ଜଣଙ୍କୁ ମିଶାଇ କରୋନା ରୋଗୀ  ୮ କୁ ବୃଦ୍ଧି, ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାଲେଶ୍ୱରରେ ୧୮ତାରିଖରେ ପ୍ରଥମ ଚିହ୍ନଟ ହୋଇଥିବା ବେଳେ ଆଜି ଅନ୍ୟ ୨ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି । ବର୍ତ୍ତମାନ ଆଜିର ଏହି ୭ଜଣ ରାଜ୍ୟ ପାଇଁ ଚିନ୍ତା ବଢ଼ାଇ ଦେଇଛନ୍ତି । ହେଲେ ଏହି ୭ଜଣଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କ’ଣ ରହିଛି ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮ରେ ପହଂଚିଛି। ଗତକାଲି ସୁଦ୍ଧା ମୋଟ୍‍ ୧୦ ହଜାର ୬୪୧ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୬୮ଟି ନମୁନା ପଜିଟିଭ୍‍ ଆସିଛି। ଏବେ ସକ୍ରିୟ ଭାବେ ୪୩ଜଣଙ୍କୁ ରାଜ୍ୟର ବିଭିନ୍ନ ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ୨୪ଜଣଙ୍କୁ ସୁସ୍ଥ ହେବା ପରେ ଡିସ୍‍ଚାର୍ଜ କରାଯାଇଛି। ପୂର୍ବରୁ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ଚିହ୍ନଟ ହୋଇଥିବା ୭ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ବିଭିନ୍ନ ଦଳରେ ଭାଗ କରାଯାଇ ପଠାଯାଇଛି। ସମ୍ପୃକ୍ତ ୭ ନୂଆ ସଂକ୍ରମିତଙ୍କ ନିକଟ ସଂପର୍କିୟମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking