33.1 C
Bhubaneswar
Saturday, April 27, 2024
Homeଅପରାଧଜୁଆ ଆଡ୍ଡାରେ ଚଢଉ, ୧୮ ଗିରଫ

ଜୁଆ ଆଡ୍ଡାରେ ଚଢଉ, ୧୮ ଗିରଫ

ଝାରସୁଗୁଡା: ବଡ଼ଜୋବର ସୀତାରାମ ପାହାଡ଼ ଜଙ୍ଗଲରେ ଚାଲୁଥିବା ଜୁଆଆଡ୍ଡା ବ୍ରଜରାଜନଗର ପୋଲିସ ଚଢଉକରି ୧୮ ଜଣ ଜୁଆଡିଙ୍କୁ ଗିରଫ କରିବାସହ ଲକ୍ଷାଧିକ ଟଙ୍କା ଜବତ କରିଛି । ଏହି ଜୁଆଡ଼ିମାନେ ଅନେକ ଦିନରୁ ଲକଡ଼ାଉନର ସୂଯୋଗ ନେଇ ଜଙ୍ଗଲ ଭିତରେ ଜୁଆ ଆଡ୍ଡା ପରିଚାଳନ କରୁଥିଲେ । ବ୍ରଜରାଜନଗର ପୋଲିସ ଏନେଇ ଖବର ପାଇବାପରେ ଏସଡ଼ିପିଓ ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ ଚଢ଼ଉ କରି ଜୁଆଖେଲରେ ମସଗୁଲଥିବା ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହାସହ ଘଟଣାସ୍ଥଳରୁ ୧ ଲକ୍ଷ ୧୪ ହଜାର ୩୨୦ ଟଙ୍କା, ଜୁଆଖେଳରେ ବ୍ୟବହାର ହେଉଥିବା ଘୁଡ଼ଘୁଡ଼ି ପଟି, ଏକ ବୋଲେରୋ (ଓଆର ୦୫ଏଏଚ୍ ୮୫୬୯), ୧୮ଟି ମୋବାଇଲ ଫୋନ ଜବତ କରିଛି ପୁଲିସ । ସୂଚାନା ଅନୁଯାୟୀ, ଏହି ଜୁଆଆଡ୍ଡା ଉପରେ ଚଢ଼ଉ କରିବାକୁ ବ୍ରଜରାଜନଗର ଏସଡ଼ିପିଓ ଦିଲ୍ଲୀପ ଦାସ, ବ୍ରଜରାଜନଗର ଥାନା ଅଧିକାରୀ ବୈକୁଣ୍ଠ ବିୁହାରୀ ସେଠ, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶୀଭୂଷଣ ପୋଢ଼, ରାମପୁର ଫାଣ୍ଡି ଅଧିକାରୀ ପ୍ରକାଶ ଦଳାଇ, ଏସ୍‌ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ ସମେତ ୧୭ ପୋଲିସ କର୍ମଚାରୀଙ୍କୁ ନେଇ ୩ଟି ଟିମ ଗଠନ କରାଯାଇଥିଲା । ଟିମରେ ସାମିଲଥିବା ସମସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ସାଦା ପୋଷାକରେ ୩ଟି ଟେମ୍ପ୍ୟୁ ନେଇ ବଡଜୋବର ସୀତାରାମ ପାହାଡ ନିକଟକୁ ଯିବାସହ ଜୁଆଆଡ୍ଡା ଉପରେ ହଠାତ ଚଢ଼ଉ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking