30.1 C
Bhubaneswar
Friday, April 26, 2024
Homeକରୋନା ଓଡିଶାକରୋନା ତୃତୀୟ ଲହର ପାଇଁ ପ୍ରସ୍ତୁତି : ସମସ୍ତ ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ୍ ବେଡ୍ ବ୍ୟବସ୍ଥା

କରୋନା ତୃତୀୟ ଲହର ପାଇଁ ପ୍ରସ୍ତୁତି : ସମସ୍ତ ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ୍ ବେଡ୍ ବ୍ୟବସ୍ଥା

  1. ବୌଦ୍ଧ: ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ତଥା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହିତ କୋଭିଡ୍ କଟକଣା ଯୋଗୁଁ ସ୍ୱଳ୍ପ ସଂଖ୍ୟାରେ ଉପସ୍ଥିତ ସଦସ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଆଭାସୀ ଜରିଆରେ ବୈଠକରେ ଯୋଗଦେଇଥିବାରୁ ସ୍ୱଳ୍ପ ସମୟ ମଧ୍ୟରେ ଆଲୋଚନା ସାରିବାକୁ ପରାମର୍ଶ ଦେବା ସହିତ ସଦସ୍ୟମାନେ ଲିଖିତ ଭାବରେ ନିଜର ମତ ଜଣାଇଲେ ସମୀକ୍ଷା କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇ କହିଥିଲେଯେ କରୋନା ତୃତୀୟ ଲହରକୁ ଆଶଙ୍କା କରି ଜିଲ୍ଲାରେ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ଜିଲ୍ଲାର ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦ ଟି ଶଯ୍ୟା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ଟି ଶଯ୍ୟା ଓ ଅତିରିକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ୫ ଟି ଶଯ୍ୟା ପ୍ରସ୍ତୁତ କରି ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର କୋଭିଡ ମୁକାବିଲାରେ ବିଭିନ୍ନ ଭିତିଭୂମି ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ପୂର୍ବରୁ ୧ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ପରବର୍ତ୍ତି ସମୟରେ ୩.୫ କୋଟି ଟଙ୍କା ଯୋଗାଇଦେଇଛନ୍ତି । ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଭିତିଭୂମି ନିର୍ମାଣ କରାଯାଇଥିବାବେଳେ ଖୁବଶୀଘ୍ର କୋଭିଡ୍ ପରୀକ୍ଷା ପାଇଁ ସ୍ୱତନ୍ତ୍ର ପରୀକ୍ଷାଗାର ଓ ସିଟିସ୍କାନ ମେସିନ ସ୍ଥାପନ କରାଯିବ । ସେହିପରି କୋଭିଡ୍ ପାଇଁ ଜିଲ୍ଲାରେ ଚାଲିଥିବା ଅନେକ ପ୍ରକଳ୍ପ କାର୍ଯ୍ୟ ଧିମେଇ ଯାଇଥିବାବେଳେ ସେଗୁଡିକ ତ୍ୱରାନ୍ୱିତ କରି ସମାପ୍ତ କରିବାକୁ ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଗୁରୁତ୍ୱ ଦେଇଥିଲେ । ଆଭାସୀ ଜରିଆରେ ବିଧାୟକ ପ୍ରଦିପ କୁମାର ଅମାତ ଓ ମହିଧର ରଣା ବୈଠକରେ ଯୋଗଦେଇ ଜିଲ୍ଲାରେ ଚାଷୀମାନେ କିପରି ଉପକୃତ ହୋଇପାରିବେ ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସାଂସଦ ପ୍ରତିନିଧି ବରିଷ୍ଠ ଆଇନଜୀବୀ ତାରେଣି ମହାପାତ୍ର ବୈଠକରେ ଯୋଗଦେଇ ପ୍ରଶାସନକୁ ସବୁବେଳେ ସମାଲୋଚନା ନକରି ବୈଠକରେ ଖୋଲାମତ ରଖିବାସହ ସହଯୋଗ କଲେ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭୋଇ କୋଭିଡ ସମୟରେ ବିଧବା,ବୃଦ୍ଧ ଓ ବୃଦ୍ଧାମାନେ ଠିକ୍ ଭାବରେ ଭତ୍ତା ପାଉନଥିବାରୁ ଉଦ୍‌ବେଗ ପ୍ରକାଶ କରିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ବୈଠକରେ ସମସ୍ତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ଆଭାସୀ ଜରିଆରେ ଯୋଗଦାନ କରିଥିଲେ । ଶେଷରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking