27.1 C
Bhubaneswar
Wednesday, May 8, 2024
Homeଓଡିଶା୩୧ ଭିତରେ ଯୁକ୍ତ ଦୁଇ ରେଜଲ୍ଟ

୩୧ ଭିତରେ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର: ଜୁଲାଇ ୩୧ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ରେଜଲ୍ଟ । ୩୧ ସୁଦ୍ଧା ପ୍ରକାଶ କରିବାକୁ ଚେଷ୍ଟା କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଜୁଲାଇ ୩୧ ତାରିଖ ସୁଦ୍ଧା ରେଜଲ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଆମେ ଚେଷ୍ଟା କରୁଛୁ । ନହେଲେ ଅତିବେଶୀରେ ଆଉ ଦିନେ ଦୁଇ ଦିନ ଲାଗିପାରେ । ତଥାପି ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଆମେ ଚେଷ୍ଟା କରୁଛୁ ।

ପୂର୍ବରୁ , ଅଗଷ୍ଟ ୨ୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ରେଜଲ୍ଟ ଏବଂ ମୂଲ୍ୟାୟନ ପଦ୍ଧତି ନେଇ ସିଏଚଏସଇ ପକ୍ଷରୁ ପ୍ରକାଶ କରାଯାଇଥିଲା । ମାଟ୍ରିକ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି । ରେଗୁଲାର ପିଲାଙ୍କ ମାର୍କିଂ ମାଟ୍ରିକ ନମ୍ବର ଭିତ୍ତିରେ ହେବ । ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର ଯୁକ୍ତ ଦୁଇ ପରୀକ୍ଷା ଭିତ୍ତିରେ ହେବ । ଯେଉଁମାନେ ମାର୍କରେ ସନ୍ତୁଷ୍ଟ ନହେବେ, ପରେ ପରୀକ୍ଷା ଦେଇପାରିବେ । ପରିସ୍ଥିତି ସ୍ୱାଭାବିକ ହେବା ପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking