36.1 C
Bhubaneswar
Monday, May 6, 2024
Homeଓଡିଶାଓଏସଏସଟିଇଟି ବିବାଦ: ବିଏଡ ଛାତ୍ରଙ୍କ ପ୍ରତିବାଦ

ଓଏସଏସଟିଇଟି ବିବାଦ: ବିଏଡ ଛାତ୍ରଙ୍କ ପ୍ରତିବାଦ

ଭୁବନେଶ୍ୱର: ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବିବାଦ ପ୍ରସଙ୍ଗରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଆଗରେ ବିଏଡ ଛାତ୍ର ପ୍ରତିବାଦ କରିଛନ୍ତି । ୨ ଶହ ମାର୍କ ଲାଙ୍ଗୁଏଜ ଟେଷ୍ଟ ନିଷ୍ପତ୍ତିକୁ ବିରୋଧ କରି ପ୍ରତିବାଦ କରିଛନ୍ତି ।  ପୂର୍ବରୁ  ଉଚ୍ଚ ବିଦ୍ୟାଳୟ ମାନଙ୍କରେ ବିଏଡ ଯୋଗ୍ୟତା ଥିବା ପ୍ରାଥମିକ ଶିକ୍ଷକ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ପାଇଁ ଦାବୀ କରାଯାଇଥିଲା । ଓଡିଶା ସରକାଙ୍କ ଅଧୀନରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇଁ ଦୁଇଟି ଅଲଗା ଅଲଗା ବିଭାଗ ରହିଥିବାରୁ ପ୍ରାଥମିକ ବିଦ୍ୟାଳୟର ବିଏଡ କିମ୍ବା ତଦ୍ଧୁର୍ଦ୍ଧ ଯେ୍ାଗ୍ୟତା ଥିବା ଶିକ୍ଷକ ମାନେ ସବୁ ପ୍ରକାର ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ।   ତେଣୁ ଏହି ଦୁଇଟି ବିଭାଗକୁ ମିଶାଇ ଗୋଟିଏ ବିଭାଗ କରିବା ପାଇଁ ସଂଘ ଦାବୀ କରିଛି ।    ସରକାରଙ୍କ ଆଦେଶ ସଂଖ୍ୟା ୯୧୭ / ୨୧ ଅନୁସାରେ ପ୍ରାଥମିକ ବିଦ୍ୟାଳୟ ର ବିଏଡ ଶିକ୍ଷକ ମାନଙ୍କ ସେବାକୁ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି । ବର୍ତ୍ତମାନ ସେମାନଙ୍କୁ ବିଭିନ୍ନ ଉଚ୍ଚ ବିଦୟାଳୟ ମାନଙ୍କୁୁ ଡେପୁୁଟେସନ ମଧ୍ୟ କରାଯାଉଛି । କିନ୍ତୁ ସେମାନଙ୍କୁ ଟିଜିଟି ଶିକ୍ଷକର ମାନ୍ୟତା ମିଳୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking