40.1 C
Bhubaneswar
Wednesday, April 24, 2024
Homeଓଲିଉଡସଂକ୍ରମଣ ବଢିଲେ ବି ଟିପିଆର ବଢିନି

ସଂକ୍ରମଣ ବଢିଲେ ବି ଟିପିଆର ବଢିନି

ଭୁବନେଶ୍ୱର: ଭୁବନେଶ୍ୱର ଓ ଅନ୍ୟ ଜିଲ୍ଲାରେ ସଂକ୍ରମଣ ବଢିବା ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇ କହିଛନ୍ତି, ଚିନ୍ତା କରନ୍ତୁ ନାହିଁ । ଟେଷ୍ଟ ବଢିଥିବାରୁ ସଂଖ୍ୟା ବଢିଛି । ଟିପିଆର ବଢିନି । ଯେଉଁଠି ଟିକେ ଅଧିକ ବଢିଥିବା ଖବର ଆସୁଛି, ସେଠି ଅଧିକ ଗୁରୁତ୍ୱ ଦେଉଛୁ । ଟେଷ୍ଟିଂ ଓ ସର୍ଭେଲାନ୍ସ ବଢୁଥିବାରୁ ସଂକ୍ରମଣ ବଢୁଛି । ତେଣୁ ସଂଖ୍ୟା ବଢିବା ନେଇ ଭୟଭୀତ ହେବା ଦରକାର ନାହିଁ । ଉପକୂଳ ଜିଲ୍ଲାରେ ୩ ମାସିଆ ସର୍ଭେଲାନ୍ସ ଜାରି । ସବୁ ବ୍ୟବସ୍ଥା ହୋଇଛି ।

ଅନ୍ୟପଟେ ସର୍ଭେଲାନ୍ସ ଓ ଟ୍ରିଟମେଣ୍ଟ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି , ସର୍ଭେଲାନ୍ସ  ଓ ଟ୍ରିଟମେଣ୍ଟ ଚାଲିଛି । କିନ୍ତୁ କମ୍ୟୁନିଟିରେ ଭାଇରସ ରହିଛି । କିଛି ସ୍ଥାନରେ କମୁନି । ସେଠାରେ ସର୍ଭେଲାନ୍ସ ଓ ଟେଷ୍ଟିଂ ବଢାଯିବ । କେନ୍ଦ୍ରୀୟ ଟିମ୍ ଏବେ ବି ବୁଲୁଛନ୍ତି, ଯାହା ପରାମର୍ଶ ଦେବେ ଆମେ କରିବୁ । ତେବେ ଧୀରେ ଧୀରେ କମୁଛି । ଆତଙ୍କିତ ହେବାର ନାହିଁ ବୋଲି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking