28.1 C
Bhubaneswar
Saturday, April 27, 2024
Homeଓଡିଶା୨୪ ଘଣ୍ଟାରେ ୧୫୮୪ ସାମ୍ପଲ ଟେଷ୍ଟ

୨୪ ଘଣ୍ଟାରେ ୧୫୮୪ ସାମ୍ପଲ ଟେଷ୍ଟ

ଭୁବନେଶ୍ୱର: ଏବେ ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ ଭାବରେ ଭଦ୍ରକ, ବାଲେଶ୍ୱର, ଯାଜପୁର ହଟସ୍ପଟ ଜୋନରେ ରହିଛି । ପ୍ରତିଦିନ ଏହି ଜିଲ୍ଲାମାନଙ୍କରୁ କିଛି ନା କିଛି ପଜେଟିଭ ଚିହ୍ନଟ ହେଉଛନ୍ତି । ସେଥିପାଇଁ ସରକାର ଏହି ଜିଲ୍ଲାର ଅନେକ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ଆବଶ୍ୟକସ୍ଥଳେ ସଟ ଡାଉନ ଘୋଷଣା ମଧ୍ୟ କରିଛନ୍ତି । ତେବେ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ପଜେଟିଭଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଥିବା ଟ୍ରାଭେଲ ହିଷ୍ଟ୍ରିରୁ ସରକାର ତଥ୍ୟ ପ୍ରଦାନ କରିଛନ୍ତି । ଏସବୁକୁ ଦେଖିଲା ପରେ ଏବେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୧୮ରେ ପହଂଚିଛି । ଏବେ ରାଜ୍ୟରେ ମୋଟ ୮୦ ଜଣ ଚିକିତ୍ସିତ ହେଉଥିବା ବେଳେ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୮୪ଟି ସାମ୍ପଲ ଟେଷ୍ଟ କରାଯାଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking