32.1 C
Bhubaneswar
Friday, April 26, 2024
HomeUncategorizedଗୋଟିଏ ପରିବାରର ୫ ଜଣଙ୍କ ମୃତ ଦେହ ଉଦ୍ଧାର

ଗୋଟିଏ ପରିବାରର ୫ ଜଣଙ୍କ ମୃତ ଦେହ ଉଦ୍ଧାର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ସିଙ୍ଗର ନଗର ଅଂଚଳରେ ଗୋଟିଏ ଘରୁ ୫ ଜଣଙ୍କର ମୃତ ଦେହ ଉଦ୍ଧାର କରିଛି ପୋଲିସ । ଗତ ଶନିବାର ଏନେଇ ପୋଲିସକୁ ସୂଚନା ମିଳିବା ପରେ ପୋଲିସ, ଘଟଣାସ୍ଥଳରେ ପହଞ୍ଚି ୫ଟି ଯାକ ଶବ ଜବତ କରିଛି । ଗୋଟିଏ ବନ୍ଦ ଘରେ ହିଁ ଏହି ଶବ ଗୁଡିକୁ ଜବତ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ରହିଥିବା ବେଳେ ଦୁଇ ଜଣ ପୁରୁଷ ରହିଛନ୍ତି । ତେବେ କେଉଁ କାରଣ ପାଇଁ ଏଭଳି କାଣ୍ଡ ଘଟିଛି, ସେ ନେଇ ସୂଚନା ମିଳିନାହିଁ । ଏସବୁକୁ ଦେଖିଲେ ଏମାନେ ନିଜେ ନିଜେ ଆତ୍ମହତ୍ୟା କରିଛନ୍ତି ନା ଏମାନଙ୍କୁ କିଏ ମାରିଛି , ସେ ନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି । ଯଦି ଏମାନେ ସମସ୍ତେ ଆତ୍ମହତ୍ୟା କରିଛନ୍ତି, କେଉଁ କାରଣ ପାଇଁ ଏପରି ହୋଇଛି । ତାର ଏବେ ଖୋଳତାଡ ଆରମ୍ଭ କରିଛି ପୋଲିସ । ତେବେ ସେମାନେ ସମସ୍ତେ ହେଉଛନ୍ତି, ୩୭ ବର୍ଷୀୟା ମହିଳା ଦିବ୍ୟା, ଦିବ୍ୟାଙ୍କ ୨୭ ବର୍ଷୀୟା ଭଉଣୀ ବୁଲବୁଲ, ୮ ବର୍ଷର ପୁଅ ଆରୋଶ ଏବଂ ଆଉ ଗୋଟିଏ ପୁଅ । ଅନ୍ୟପଟେ ଦିବ୍ୟାଙ୍କ ୭୫ ବର୍ଷୀୟ ଶ୍ୱଶୁର ରାଜେଶ୍ୱର ପଚୁଆରଙ୍କ ମୃତ ଦେହ ଘରର ଦ୍ୱିତୀୟ ମହଲାରୁ ଉଦ୍ଧାର ହୋଇଛି । ଦିବ୍ୟାଙ୍କ ମୁହଁରେ କ୍ଷତ ଚିହ୍ନ ରହିଥିବା ବେଳେ ଅନ୍ୟ ମୃତଦେହ ନିକଟରେ ସଲଫସ ବଟିକା ମଧ୍ୟ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking