32.1 C
Bhubaneswar
Friday, April 26, 2024
HomeUncategorizedକ୍ଷୀର ବ୍ୟବସାୟୀଙ୍କ ପୁଅକୁ ନିର୍ମମ ଭାବେ ହତ୍ୟା

କ୍ଷୀର ବ୍ୟବସାୟୀଙ୍କ ପୁଅକୁ ନିର୍ମମ ଭାବେ ହତ୍ୟା

ହରିୟାଣା: ହରିୟାଣାର ପାନିପଥ ଜିଲ୍ଲା ନିମ୍ବରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ କ୍ଷୀର ବେପାରୀଙ୍କ ୨୨ ବର୍ଷୀୟ ସାନ ପୁଅକୁ ଅତି ନିର୍ମମ ଭାବେ ମାରି ଗଛରେ ଝୁଲାଇ ଦିଆଯାଇଥିବା ସୂଚନା ମିଳିଛି । ତେବେ ତା ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ପ୍ରହାର କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଥମେ ତାଙ୍କୁୁ ମାରି ଶବଟିକୁ ଗଛରେ ପରେ ଝୁଲାଇ ଦିଆଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ସୂଚନା ଅନୁସାରେ, ନିମ୍ବରୀ ଗାଁରେ ବାସ କରୁଥିବା କ୍ଷୀର ବେପାରୀ ଭଜନ ସିଂ ସୋମବାର ଦିନ ରାତିରେ ସାନପୁଅ ବିଜେନ୍ଦ୍ର ଘରେ ଥିବା ସେ ଦେଖିଥିଲେ । ପରେ ରାତି ୩.୩୦ରେ ଯେତେବେଳେ ସେ ଉଠିଥିଲେ ତ ପୁଅ ଘରେ ଶୋଇନଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ତାଙ୍କ ବଡ ପୁଅ ରାକେଶକୁ ଡାକିଥିଲେ ଏବଂ ସାନ ପୁଅକୁ ଫୋନ କରିବାକୁ କହିଥିଲେ । ଫୋନ କରିବା ପରେ ବିଜେନ୍ଦ୍ରଙ୍କ ଫୋନ ବନ୍ଦ ଥିବା ଜଣାପଡିଥିଲା । ଖୋଜାଖୋଜି କରିବା ସହ ତାଙ୍କୁ ବାରମ୍ବାର ଘରେ ଫୋନ କରିଥିଲେ । ହେଲେ କିଛି ବି ସନ୍ଧାନ ମିଳିଲା ନାହିଁ । ତେବେ ସକାଳ ୭ଟାରେ ବିଜେନ୍ଦ୍ରଙ୍କ ଫୋନ ଲାଗିଥିଲା । ହେଲେ କେହି ଉଠାଇ ନଥିଲେ । ପୁଣି ଫୋନ ଲଗାଇବା ପରେ ତାହା ବନ୍ଦ ବୋଲି ଆସିଥିଲା । ଏହାପରେ ଗାଁ ର ସରପଞ୍ଚ ଜଗବୀର ଏକ ବିଲ ନିକଟରେ ଥିବା ଏକ ଗଛରେ ତାଙ୍କ ଶବ ଝୁଲୁଥିବା ଦେଖିବାପରେ ଭଜନଙ୍କୁ ଫୋନ କରିଥିଲେ । ଖବର ପାଇ ଭଜନ ତୁରନ୍ତ ସେଠାରେ ପହଞ୍ଚିଥିଲେ । ଆଉ ରକ୍ତାକ୍ତ ଅବସ୍ଥାରେ ପୁଅକୁ ଦେଖିବାକୁ ପାଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଆଗକୁ ପଦକ୍ଷେପ ନିଆଯିବ ବୋଲି ଡିଏସପି ବିଜେନ୍ଦ୍ର ସିଂ ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking