34.1 C
Bhubaneswar
Friday, March 29, 2024
Homeଓଡିଶାପଢନ୍ତୁ କରୋନାର ନୂଆ ଲକ୍ଷଣ

ପଢନ୍ତୁ କରୋନାର ନୂଆ ଲକ୍ଷଣ

ଭୁବନେଶ୍ୱର : ଏବେ ମହାମାରୀ କରୋନାକୁ ନେଇ  ବିଶ୍ୱ ଆତଙ୍କିତ ଥିବା ବେଳେ ଏହା ଭିତରେ ସିଡିସି ପକ୍ଷରୁ କରୋନା ଉପରେ ନୂଆ ଲକ୍ଷଣ ବିଷୟରେ କିଛି ତଥ୍ୟ ଅବଗତ କରାଯାଇଛି । ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ(ସିଡିସି) ପକ୍ଷରୁ ଏ ନେଇ କୋରନା ଭାଇରସର କିଛି ନୂତନ ଲକ୍ଷଣ ବିଷୟରେ କୁହାଯାଇଛି । ତେବେ ଦିଆଯାଇଥିବା ସୂଚନା ଅନୁସାରେ, କାଶ ହେବା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା ହେଉଛି ଏହାର ମୂଳ ଲକ୍ଷଣ । ଏହା ବ୍ୟତୀତ ଜ୍ୱର ହେବା, ମୁଣ୍ଡ ବିନ୍ଧିବା, ସର୍ଦ୍ଦି, ତଣ୍ଟି ଦରଜ ହେବା ମଧ୍ୟ କରୋନା ଭାଇରସର ଲକ୍ଷଣ ବୋଲି କୁହାଯାଇଛି । ଏହା ବ୍ୟତୀତ ମାଂସପେଶୀ ବିନ୍ଧିବା ଏବଂ ସ୍ୱାଦ ଓ ଗନ୍ଧ ବାରି ନପାରିବା ମଧ୍ୟ ଏହାର ଲକ୍ଷଣ ବୋଲି ସୂଚନା ଦିଆଯାଇଛି । ତେବେ ଏସବୁକୁ ଛାଡି ଯଦି ଅନ୍ୟ କିଛି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସିଡିସି ପରାମର୍ଶ ଦେଇଛନ୍ତି । ନିଶ୍ୱାସପ୍ରଶ୍ୱାସରେ କଷ୍ଟ ଓ ଛାତିରେ ଯନ୍ତ୍ରଣା ହେଲେ ଡାକ୍ତର ପରାମର୍ଶ ଜରୁରୀ ବୋଲି ସିଡିସି ପକ୍ଷରୁ କୁହାଯାଇଛି । ଠିକ୍ ଭାବରେ ନିଦ ନହେବା ଏବଂ ଓଠ ନୀଳ ପଡିଲେ ମଧ୍ୟ ଡାକ୍ତରୀ ପରାମର୍ଶ ଜରୁରୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking