29.1 C
Bhubaneswar
Saturday, April 27, 2024
Homeଓଡିଶାଆନ୍ଧ୍ରରେ ଫସିଛନ୍ତି ୧୫ ମହିଳା ଶ୍ରମିକ

ଆନ୍ଧ୍ରରେ ଫସିଛନ୍ତି ୧୫ ମହିଳା ଶ୍ରମିକ

ଗଜପତି : ଗଜପତି ଓ ରାୟଗଡ଼ା ଜିଲ୍ଲାର ୧୫ଜଣ ମହିଳା ଶ୍ରମିକ ଆନ୍ଧ୍ରରେ ଫସି ରହିଥିବା ସୂଚନା ମିଳିଛି । ଆନ୍ଧ୍ର ଠିକାଦାର ସେମାନଙ୍କୁ ସେଠାରୁ ଛାଡୁ ନଥିବା ଯୋଗୁଁ ନିଜ ଭିଟାମାଟିକୁ ଏମାନେ ଆସିପାରୁ ନାହାନ୍ତି । ଜିଲ୍ଲା ପ୍ରଶାସନ ତଥା ଓଡ଼ିଶା ସରକାର ଭିଟାମାଟିକୁ ଫେରି ଆସିବାପାଇଁ ସାହାଯ୍ୟ କରନ୍ତୁ ବୋଲି ଏହି ୧୫ଜଣ ମହିଳା ଶ୍ରମିକ ଆକୁଳ ନିବେଦନ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ୫ ମାସ ତଳେ ଆନ୍ଧ୍ରପ୍ରଦେଶର ଏକ ସି ଫୁଡ କମ୍ପାନୀର ଠିକାଦାର ଏରାୟାଙ୍କ ସ୍ତ୍ରୀ ଆସି ଗଜପତି ଜିଲ୍ଲାରୁ ୨ଜଣ ଓ ରାୟଗଡ଼ା ଜିଲ୍ଲାରୁ ୧୩ଜଣ ମୋଟ ୧୫ ଜଣ ମହିଳାଙ୍କୁ କାର୍ଯ୍ୟରେ ଲଗାଇବା ପାଇଁ ନେଇଥିଲେ । ସେମାନେ ଦୈନିକ ୮ଘଣ୍ଟା କାର୍ଯ୍ୟ କରି ମାସିକ ୭ହଜାର ଟଙ୍କା ପାରିଶ୍ରମିକ ପାଉଥିଲେ । ସବୁଦିନ ପୋଖରୀରୁ ଧରାଯାଉଥିବା ଚିଙ୍ଗୁଡ଼ି ପ୍ୟାକିଂ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରି ଜିଲ୍ଲା ଅନ୍ତର୍ଗତ ବୁଡ଼ାରାଇଡୁ ଚେରୁବୁ ଗ୍ରାମରେ କାର୍ଯ୍ୟରତ ଥିଲେ । କରୋନା ଯୋଗୁଁ ଲକଡାଉନ୍ ଓ ବିଭିନ୍ନ ଭୟାଭୟକୁ ନେଇ ଏମାନେ ନିଜ ଗ୍ରାମକୁ ଫେରିବାପାଇଁ ବହୁ ଥର ସମ୍ପୃକ୍ତ ଠିକାଦାରଙ୍କୁ ନିବେଦନ କରିଛନ୍ତି । ହେଲେ ସମ୍ପୃକ୍ତ ଠିକାଦାର ମହିଳାଙ୍କୁ ନିଜ ଭିଟାମାଟିକୁ ଫେରିବା ପାଇଁ କୌଣସି ସୁଯୋଗ ଦେଉନାହାଁନ୍ତି ଏବଂ ଗେଟ୍ ପାସ ବ୍ୟବସ୍ଥା ମଧ୍ୟ କରୁନାହାଁନ୍ତି । ତେଣୁ ଏହି ମହିଳାମାନେ ସେଠାରେ ବିଭିନ୍ନ ସମସ୍ୟା ଓ ଅସୁବିଧା ମଧ୍ୟରେ ଗତି କରୁଛନ୍ତି । ଆନ୍ଧ୍ରରୁ ଏମାନଙ୍କ ଘରକୁ ଫେରାଇ ନେବାପାଇଁ ଗଜପତି ଓ ରାୟଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking