32.1 C
Bhubaneswar
Thursday, March 28, 2024
Homeଓଡିଶାହଜି ଯାଇଥିବା ମା'ଙ୍କୁ ଖୋଜିବା ପାଇଁ ଏସପିଙ୍କୁ ଦୁଇ ପୁଅଙ୍କ ଗୁହାରି

ହଜି ଯାଇଥିବା ମା'ଙ୍କୁ ଖୋଜିବା ପାଇଁ ଏସପିଙ୍କୁ ଦୁଇ ପୁଅଙ୍କ ଗୁହାରି

ଗଞ୍ଜାମ : ୩ ମାସ ଧରି ହଜିଯାଇଥିବା ମା’ଙ୍କୁ ଖୋଜି ବାହାର କରିବା ପାଇଁ ସ୍ଥାନୀୟ ସଦରଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମ ନିକଟସ୍ଥ ନାରାୟଣପୁର ଗ୍ରାମର ଦୁଇ ପୁଅ କାଳିଆ ବିଷୋୟୀ ଏବଂ ଜଗା ବିଷୋୟୀ ଶନିବାର ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟି ଗୁହାରି କରିଛନ୍ତି । ତାଙ୍କ ମା\’ ସୁଶିଳା ବିଷୋୟୀ ଫେବୃୟାରୀ ୨୧ ତାରିଖରେ ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପର୍ବତକୁ ଶିବରାତ୍ର ଦିନ ଶିବ ପୂଜା କରିବାପାଇଁ ଯାଇଥିଲେ । ସାନ ପୁଅ ଜଗା ଏବଂ ମା\’ ସୁଶିଳା ବିଷୋୟୀ ସେଠାକୁ ଯାଇଥିବା ବେଳେ ପ୍ରବଳ ଗହଳି ମଧ୍ୟରେ ମା\’ ସୁଶିଳା କେଉଁଆଡ଼େ ହଜିଯାଇଥିଲେ । ଏ ନେଇ ତୁରନ୍ତ ଜଗା ଗଜପତି ଜିଲ୍ଲା ଗାରାବନ୍ଧ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରିବାସହ ମହିଳାଙ୍କ ଫଟୋ ବିଭିନ୍ନ ସ୍ଥାନରେ ପୋଷ୍ଟର କରି ମାରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ସୁଶିଳାଙ୍କ ପତ୍ତା ମିଳିନଥିବା ବେଳେ ତାଙ୍କ ପରିବାର ଲୋକେ ବାରମ୍ବାର ପୁଲିସ ଥାନାକୁ ଯାଇ ନୟାନ୍ତ ହୋଇଯାଇଛନ୍ତି ।
ମହିଳାଙ୍କ ଘର ସଦରଥାନା ଅଧୀନରେ ରହୁଥିବା ଯୋଗୁଁ ତାଙ୍କ ପରିବାର ଲୋକେ ସଦରଥାନାକୁ ଯାଇ ମଧ୍ୟ ଅଭିଯୋଗ କରିଥିଲେ । ଏପରିକି ସୁଶିଳାଙ୍କ ସ୍ୱାମୀ କୈଳାଶ ବିଷୋୟୀ ମାର୍ଚ୍ଚ ମାସ ୩ ତାରିଖରେ ବ୍ରହ୍ମପୁର ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ । ଇତି ମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ ସୁଶିଳାଙ୍କ କୌଣସି ପତ୍ତା ମିଳିନଥିବା ଯୋଗୁଁ ସେ ବଞ୍ଚିଛନ୍ତି ନା ମରିଛନ୍ତି ତାହା ମଧ୍ୟ ଜାଣିବାପାଇଁ ପରିବାର ଲୋକେ ବ୍ୟଗ୍ର ହୋଇ ରହିଛନ୍ତି । ଏ ନେଇ ଗାରାବନ୍ଧ ଥାନାଧିକାରୀ ସୁଶାନ୍ତ ସାହୁ କହିଛନ୍ତି ଯେ, ସୁଶିଳା ହଜିଯାଇଥିବା ପରେ ତାଙ୍କ ପୁଅର ଅଭିଯୋଗକ୍ରମେ ଏକ ମିସିଂ ରିପୋର୍ଟ ମଧ୍ୟ ହୋଇଛି । ଦୀର୍ଘ କିଛି ଦିନ ଧରି ପୁଲିସ ଖୋଜାଖୋଜି କରିବାସହ ପୋଷ୍ଟର ମଧ୍ୟ ମାରିଛି । ତେବେ ତାଙ୍କର ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିନାହିଁ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking