34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୧୪ଟି ଖରିଫ୍ ଫସଲର ଏମଏସପି ୫୦ରୁ ୮୩...

କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୧୪ଟି ଖରିଫ୍ ଫସଲର ଏମଏସପି ୫୦ରୁ ୮୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ପ୍ରକାଶ ଜାଭେଦକର ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି:
ଏମଏସଏମଇ ପାଇଁ ୫୦ ହଜାର କୋଟିର ପ୍ୟାକେଜ ଘୋଷଣା କରାଯାଇଛି । ଆତ୍ମନିର୍ଭର ଭାରତ ଯୋଜନା ପାଇଁ ରୋଡମ୍ୟାପକୁ ମଂଜୁରୀ ମିଳିଛି । ରୋଡମ୍ୟାପ ଏମଏସଏମଇ ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି କରିବ । ତେବେ ଏମଏସଏମଇ ପାଇଁ ପୂର୍ବରୁ ହୋଇଥିବା ଘୋଷଣାନାମକୁ ମଧ୍ୟ ମଂଜୁରୀ ମିଳିଛି ।
ଛୋଟ ଦୋକାନୀ, ଠେଲା ଦୋକାନୀଙ୍କୁ ଅଧିକ ଋଣ ଦେବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ ଉଠା ଦୋକାନୀ ଉପକୃତ ହୋଇପାରିବେ । ତେବେ ଉଠା ଦୋକାନୀଙ୍କୁ ୧୦ ହଜାର ପର୍ଯ୍ୟନ୍ତ ଋଣ ଦିଆଯିବ ।
ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ଉଠା ଦୋକାନୀ ଋଣ ଦିଆଯିବ । ଉଚିତ ସମୟରେ ଋଣ ସୁଝିଲେ ଗ୍ରହୀତାଙ୍କୁ ରିହାତି ମିଳିବ ବୋଲି ଘୋଷଣା ହୋଇଛି ।
ଏସବୁକୁ ବାଦ ଦେଲେ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବାକୁ ନିଷ୍ପତ୍ତି କରାଯାଇଛି । ମୂଲ୍ୟ ବୃଦ୍ଧି ଦ୍ୱାରା ଚାଷୀଙ୍କୁ ୫୦ରୁ ୮୩ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଲାଭ ମିଳିପାରିବ । ଆଉ ୪ ପ୍ରତିଶତ ସୁଧରେ ଚାଷୀଙ୍କୁ ୩ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ଧାନ ମୁଲ୍ୟ ବୃ୍‌ଦ୍ଧି ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ପ୍ରଦାନ କରିଛନ୍ତି । ଜୁଆର କ୍ୱିଣ୍ଟାଲ ପିଛା ୨୬୨୦କୁ ବୃଦ୍ଧି ହୋଇଥିବା ବେଳେ ବାଜରା ମୂଲ୍ୟ ୨୧୫୦କୁ ବୃଦ୍ଧି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking