28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ଆଉ ୧୪୧ ପଜିଟିଭ୍ ଚିହ୍ନଟ, ସର୍ବାଧିକ ଗଞ୍ଜାମ, ସଂଖ୍ୟା ଛୁଇଁଲା ୨୨୪୫କୁ

ରାଜ୍ୟରେ ଆଉ ୧୪୧ ପଜିଟିଭ୍ ଚିହ୍ନଟ, ସର୍ବାଧିକ ଗଞ୍ଜାମ, ସଂଖ୍ୟା ଛୁଇଁଲା ୨୨୪୫କୁ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଡାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୪୧ଜଣଙ୍କୁ ମଧ୍ୟରୁ ୧୧୦ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ । ଅନ୍ୟ ୩୧ଜଣ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି । ୧୮ଟି ଜିଲ୍ଲାରୁ ଏହି ୧୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାରୁ ସର୍ବାଧିକ ୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ୨୬, ନୂଆପଡ଼ା ୧୯, କେନ୍ଦ୍ରାପଡ଼ା ୧୩, ଯାଜପୁର ୧୦, ସୁନ୍ଦରଗଡ଼ ୮, ବଲାଙ୍ଗୀର ୭, କଟକ ୬, ପୁରୀ ୫, ଜଗତସିଂହପୁର ୪, ଗଜପତିରୁ ୪, କେନ୍ଦୁଝରରୁ ୪, ବାଲେଶ୍ୱରରୁ ୨, ଢ଼େଙ୍କାନାଳରୁ ୨, ନୟାଗଡ଼, ମୟୁରଭଞ୍ଜ, ଅନୁଗୁଳ ଓ ସମ୍ବଲପୁରୁ ଜଣେ ଲେଖାଁଏଁ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମରେ ଆଜିର ୨୭ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫୮କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୩୩୬ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୧୯ଜଣ ଚିକିତ୍ସିତ ହେଉଛନ୍ତି ।
ସେହିପରି ଖୋର୍ଦ୍ଧାରେ ଆଜିର ୨୬ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭କୁ ବୃଦ୍ଧି ପାଇଛି ।ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୭୦ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୯୩ଜଣ ଚିକିତ୍ସିତ ହେଉଛନ୍ତି ।
ନୂଆପଡ଼ାରେ ଆଜିର ୧୯ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ସେହିପରି କେନ୍ଦ୍ରାପଡ଼ାରେ ଆଜିର ୧୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୬୯ଜଣ ସୁସ୍ଥ ହୋିଛନ୍ତି । ଅନ୍ୟ ୮୩ଜଣ ଚିକିତ୍ସିତ ହେଉଛନ୍ତି ।
ଯାଜପୁର ଆଜିର ୧୦ଜଣଙ୍କୁ ମିଶାଇ ଜସିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୨୩୯ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୫୧ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ସୁନ୍ଦରଗଡ଼ରେ ଆଜିର ୮ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୩୩ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୩୨ଜଣ ଚିକିତ୍ସିତ ହେଉଛନ୍ତି ।
ବଲାଙ୍ଗୀରରେ ଆଜିର ୭ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି ସେଥବମଧ୍ୟରୁ ୮ଜଣ ସୁସ୍ଥ ହୋଇଛନ୍ତସି । ଅନ୍ୟ ୮୧ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି କଟକରେ ଆଜିର ୬ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬କୁ ବୃଦ୍ଧି ପାଇଛି ସେତବମଧ୍ୟରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୪୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୭୬ଜଣ ଚିକିତ୍ସିତ ହେଉଛନ୍ତି ।
ପୁରୀରେ ଆଜିର ୫ଜଣଙ୍କୁ ମିଶାି ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୪୮ଜଣ ସୁସ୍ଥ ହୋଇଛନ୍ତି ।ଅନ୍ୟ ୪୮ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ଜଗତସିଂହପୁରରେ ଆଜିର ୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୩୦ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୫୬ଜଣ ଚିକିତ୍ସିତ ହେଉଛନ୍ତି ।
ଗଜପତସିରେ ଆଜିର ୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୯ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୩୧ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି କେନ୍ଦୁଝରରେ ଆଜିର ୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୮ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୨ଜଣ ଚିକିତ୍ସିତ ହେଉଛନ୍ତି ।
ବାଲେଶ୍ୱରେ ଆଜିର ୨ଜଣଙ୍କୁ ମିଶାଇ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୨୭ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୬ଜଣଣ ଚିକିତ୍ସିତ ହେଉଛନ୍ତି । ସେହିପରି ଢ଼େଙ୍କାନାଳରେ ଆଜିର ୨ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ସେଥବମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୯ଜଣ ଚିକିତ୍ସିତ ହେୁଛନ୍ତି ।
ନୟାଗଡ଼ରୁ ଆଜିର ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୨୭ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୪୨ଜଣ ଚିକିତ୍ସିତ ହେଉଛନ୍ତି । ମୟୁରଭଞ୍ଜରରୁ ଆଜିର ଜରଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୧୪ଜଣ ସୁସ୍ଥ ହୋିଛନ୍ତି । ଅନ୍ୟ ୧୩ଜଣ ଚିକିତ୍ସିତ ହେଉଛନ୍ତି । ଅନୁଗୁଳରେ ଆଜି ଜଣଙ୍କୁ ମିଶାି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି ।ସେଥିମଧ୍ୟରୁ ୧୯ଜଣ ସୁସ୍ଥ ହୋଇଛନ୍ତିି । ଅନ୍ୟ ୭ଜଣ ଚିକିଓବିତ ହେଉଛନ୍ତି । ସେହିପରି ସମ୍ବଲପୁରରେ ଆଜିର ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୫ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୭ଜଣ ଚିକିତ୍ସିତ ହେଉଛନ୍ତି ।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୧୨୪୫ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୯୯୧ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking