16.1 C
Bhubaneswar
Friday, January 28, 2022
Homeଓଡିଶାବାହ୍ମଣୀ ନଦୀରେ ଭାସିଗଲା ନାତୁଣୀ

ବାହ୍ମଣୀ ନଦୀରେ ଭାସିଗଲା ନାତୁଣୀ

ରାଉରକେଲା : କାଠ ପୋଲ ହେଲା କାଳ । ୪ ବର୍ଷର କୁନି ଶିଶୁ ଭାସିଗଲା ବ୍ରାହ୍ମଣୀ ନଦୀରେ । ଏଭଳି ଏକ ଦୁଃଖଦ ଘଟଣା ରାଉରକେଲାର ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ନିକଟରେ ଘଟିଛି । ସୂଚନାଯୋଗ୍ୟ , ବ୍ରହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସମରଝୋଲା ଗାଁର ଜନୈକ ବୃଦ୍ଧା ତାଙ୍କର ଦୁଇ ନାତି ନାତୁଣୀଙ୍କ ୁଧରି ଟିମଜୋର ଆସିଥିଲେ । ଗତକାଲି ସଂନ୍ଧ୍ୟାରେ ସେମାନେ ସେଠାରୁ ଫେରୁଥିବା ସମୟରେ ସେମାନଙ୍କୁ ଏକ କାଠ ପୋଲ ଅତିକ୍ରମ କରିବାକୁ ପଡ଼ିଥିଲା । ପୋଲ ଅତିକ୍ରମ କରୁଥିବା ବେଳେ ହଠାତ୍ ଗୋଟିଏ ସ୍ଥାନରୁ କାଠ ଖସି ପଡ଼ିଥିଲା । ଫଳରେ ତିନି ଜଣ ଯାଙ୍କ ନଦୀରେ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବୃଦ୍ଧା ଓ ନାତି କୁ ଉଦ୍ଧାର କରିଥିଲେ । କିନ୍ତୁ ୪ ବର୍ଷୀୟ ନାତୁଣୀ ଜଳସ୍ରେ।।ତରେ ଭାସି ଯାଇଥିଲା । ଗତକାଲି ରାତିରେ ସ୍ଥାନୀୟ ଲୋକେ ଓ ପୁଲିସ ଶିଶୁଟିକୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁକୁ ପାଇ ନଥିଲେ । ଆଜି ସକାଳୁ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପୁଣି ଖୋଜାଖୋଜି କରୁଛନ୍ତି ।
ତେବେ ଏହି କାଠେ ପୋଲଟି ଟିମଜୋର ରୁ ଟାଇଁସର ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ଦ୍ୱାରା ନିର୍ମାଣ କରାଯାଇଛି । ବାଉଁଶ ଓ କାଠରେ ନିର୍ମିତ ଏହି ପୋଲଟି କ୍ରମଶଃ ଦୁର୍ବଳ ହୋଇଯାଇଛି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି । ନଦୀର ଉଦ୍ଭୟ ପାଶ୍ୱର୍ରେ ରହୁଥିବା ବାସିନ୍ଦା ସ୍ଥ୍ରାୟୀ ପୋଲ ପାଇଁ ବହୁ ଦିନ ରୁ ଦାବି କରିଆସୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking