38.1 C
Bhubaneswar
Saturday, April 20, 2024
Homeଓଡିଶା୧୦ ଘଣ୍ଟିଆ କର୍ଫ୍ୟୁ ସମୟରେ ୧୪୪ ଧାରା ଜାରି : କମିଶନରେଟ ପୋଲିସ

୧୦ ଘଣ୍ଟିଆ କର୍ଫ୍ୟୁ ସମୟରେ ୧୪୪ ଧାରା ଜାରି : କମିଶନରେଟ ପୋଲିସ

ଭୁବନେଶ୍ୱର : ଗତକାଲି ଠାରୁ ସମଗ୍ର ଦେଶରେ ଲକଡ଼ାଉନ – ୫ ବା ଅନଲକ – ୧ ଆରମ୍ଭ ହୋଇଯାଇଛି । ଏକ ମାସ ପାଇଁ କେତେକ ସ୍ଥାନରେ କଟକଣା କଡ଼ାକଡ଼ି ହେବା ସହ କେତେକ ସ୍ଥାନରେ କଟକଣାରେ କୋହଳ ୍‌କରାଯାଇଛି । ତେବେ ଏହି ସମୟରେ ରାତ୍ରିକାଳୀନ କର୍ଫ୍ୟୁର ସମୟସୀମା ରାତି ୯ ଟାରୁ ସକାଳ ୫ ଟା ଯାଏଁ ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ନିୟାମାବଳୀ ଜାରି କରାଯାଇଥିଲା । କିନ୍ତୁ ଗତକାଲି ରାଜ୍ୟସରକାର ଏଥିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । କର୍ଫ୍ୟୁର ସମୟସୀମାକୁ ସଂନ୍ଧ୍ୟା ୭ରୁ ସକାଳ ୫ ଯାଏଁ କରାଯାଇଛି । ଏହି ୧୦ ଘଣ୍ଟିଆ କଟକଣାରେ ଭୁବନେଶ୍ୱର – କଟକର ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ବୋଲି କମିସନରେଟ୍ ପୁଲିସ ତରଫରୁ ସୂଚନା ଦିଆଯାଇଛି ।
ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ତେବେ ଜରୁରୀକାଳୀନ ସେବାରେ ଥିବା ଗାଡ଼ି ଚଳପ୍ରଚଳ କରିବ। ବିମାନ କିମ୍ବା ଟ୍ରେନ୍‌ରେ ଆସୁଥିବା ବା ଯାଉଥିବା ଯାତ୍ରୀ ଏହି ଟିକେଟ୍‌ ଦେଖାଇ ଯାଇ ପାରିବ। ଏଥିପାଇଁ କୌଣସି ସ୍ବତନ୍ତ୍ର ପାସ୍‌ ଜାରି ହେବ ନାହିଁ କିମ୍ବା ପୁରୁଣା ପାସ୍‌ କାମ କରିବ ନାହିଁ। ଦୂରଗାମୀ ବସ୍‌ଯାତ୍ରୀ ମଧ୍ୟ ଏହି ବ୍ୟବସ୍ଥାରେ ଚଳପ୍ରଚଳ କରିବାକୁ ସୁଯୋଗ ପାଇବେ। ସମସ୍ତ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଭଳି ଘୋଷଣା କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।ସହରର ୧୭ ଜାଗାରେ ନାକାବନ୍ଦୀ କରାଯାଇଛି। ତା’ ସହ ଅନ୍ୟ ପ୍ରମୁଖ ଛକରେ ଜୋରଦାର ଚେକିଂ ଆରମ୍ଭ ହୋଇଯାଇଛି।
ଏହା ସହ ରାଜ୍ୟର କରୋନା ପ୍ରଭାବିତ ୧୧ ଟି ଜିଲ୍ଲାରେ ମାସର ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସଟ୍‌ଡ଼ାଉନ କରାଯିବ । ୧୧ ଜିଲ୍ଲା ଗୁଡ଼ିକ ହେଲା-  ଗଂଜାମ, ପୁରୀ, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲଶ୍ୱର, ଖୋର୍ଦ୍ଧା ଓ ବଲାଙ୍ଗୀର ଜିଲ୍ଲା ।
ଏହି ୨ ଦିନ କୌଣସି ଅଫିସ ଖୋଲା ରହିବ ନାହିଁ । ହେଲେ ଔଷଧ ଦୋକାନ ଖୋଲା ରହିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking