28.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନେଶ୍ୱରରୁ ନୂଆ ୧୨ଟି କରୋନା ପଜିଟିଭ କେସ୍ ଚିହ୍ନଟ : ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଭୁବନେଶ୍ୱରରୁ ନୂଆ ୧୨ଟି କରୋନା ପଜିଟିଭ କେସ୍ ଚିହ୍ନଟ : ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ କୁ ବୃଦ୍ଧି

ଭୁବନେଶ୍ୱର : ଆଜି ଭୁବନେଶ୍ୱରରୁ ନୂଆ ୧୨ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪ ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୮ଟି ଲୋକାଲ କେସ୍ ବୋଲି ଜଣାପଡ଼ିଛି । ଏଥିସହ ରାଜଧାନୀ ବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି । ଆଜି ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସୁସ୍ଥ ହୋଇଛନ୍ତି । ଲୋକାଲ କେସ୍ ମଧ୍ୟରୁ ୨ ଟି କେସ୍ ଡ଼ୁମୁଡ଼ୁମା ରଘୁନାତ ନଗର ବସ୍ତିରୁ ଜଣାପଡ଼ିଛି । ଦୁଇ ଜଣ ଗଞ୍ଜାମରୁ ଫେରିଥିଲେ । ଜଣେ ୩୦ ବର୍ଷୀୟ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ୩୫ ବର୍ଷୀୟ ପୁରୁଷ ଅଟନ୍ତି ।

ସେହିପରି ଡ଼ୁମୁଡ଼ୁମା ସୁଖ ବିହାର ବସ୍ତି ଅଞ୍ଚଳରୁ ଜଣେ ୩୪ ବର୍ଷୀୟ ପୁରୁଷ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟ ପୂର୍ବରୁ ଗଞ୍ଜାମ ରୁ ଫେରିଥିଲେ ।ସେହିପରି ଶ୍ରୀରାମ ନଗର ଲୟଲା ସ୍କୁଲ ପାଖରୁ ଜଣେ ୩୫ ବର୍ଷୀୟ ମହିଳା ଗଞ୍ଜାମରୁ ଫେରି କରୋନାରେ ଚିହ୍ନଟ ହୋଇଛନ୍ତି ।
ଏକ ଘରୋଇ ଡ଼ାକ୍ତରଖାନାର ଜଣେ ୩୩ ବର୍ଷୀୟ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ନୀଳାନ୍ଦ୍ରି ବିହାର ଅଞ୍ଚଳର ୫୩ ବର୍ଷୀୟ ପୁରୁଷ ମଧ୍ୟ କରୋନାରେ ଚିହ୍ନଟ ହୋଇଛନ୍ତି । ସେ ବିଡ଼ିଏରେ ପମ୍ପ ଡ଼ାଇଭର ଭାବେ କାର୍ଯ୍ୟରତ ଥିଲେ । ଜାଗମରା ଅଞ୍ଚଳର ଜଣେ ୩୩ ବର୍ଷୀୟ ପୁରୁଷ ଏବଂ ୟୁନିଟ୍ ୨ ଅଞ୍ଚଳରୁ ୩୦ ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଟଙ୍କପାଣି ରୋଡ଼ ଅଞ୍ଚଳର ୨୬ ବର୍ଷୀୟ ଓ ୧୭ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି। ପୁର୍ବରୁ ସେ ପଶ୍ଚିମବଙ୍ଗରୁ ଫେରିଥିଲେ ।
ଅନ୍ୟ ଜଣେ ୨୬ ବର୍ଷୀୟ ପୁରୁଷ ଶୈଳଶ୍ରୀ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ସେ ବାଙ୍ଗାଲୋର ରୁ ଫେରି ପେଡ଼ କ୍ୱାରେଣ୍ଟାଇନ ରେ ଥିଲେ ।
ଆଉ ଜଣେ ଖଣ୍ଡଗିରି ଅଞ୍ଚଳର ୨୬ ବର୍ଷୀୟ ପୁରୁଷ ପୂର୍ବରୁ ପୁଣେ ରୁ ଫେରି କ୍ୱାରେଣ୍ଟାଇନରେ ଥିଲେ ।
ସେଥିମଧ୍ୟରୁ ଆଜି ରାଜଧାନୀ ଭୁବନେଶ୍ୱରରେ ୧୨ଟି କେସ୍ ଚିହ୍ନଟ ହୋଇଥିବାବେଳେ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୯୨ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ରାଜଧାନୀ ବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି । ଆଜି ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସୁସ୍ଥ ହୋଇଛନ୍ତି । ୪ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୫ ଜଣ ବର୍ତ୍ତମାନ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking