OnaKhabar

କଟକ ସହରରେ ଆଜି ୭ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦୃତ ଗତିରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚଚାଲିଥିବା ବେଳେ କଟକରେ ବି ସଂକ୍ରମିତ ଚିହ୍ନଟ ହେଲେଣି । ଆଜି କଟକରୁ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସମସ୍ତ ପଜେଟିଭ ଲୋକାଲ କଣ୍ଟାକ୍ଟ କେସ ବୋଲି ସୂଚନା ମିଳିଛି । ୭ ଜଣଙ୍କ ମଧ୍ୟରୁ ୬ ଜଣ କ୍ୟାନସର ହସ୍ପିଟାଲ ଲିଙ୍କରେ ସଂକ୍ରମିତ ଥିବା ଜଣାପଡିଛି । କାଠଗଡା ସାହିରୁ ଜଣେ ମହିଳା, ଥୋରିଆ ସାହିରୁ ଜଣେ ପୁରୁଷ ଆକ୍ରାନ୍ତ । ନୂଆପାଟଣାରୁ ଦୁଇ ମହିଳା, ମଙ୍ଗଳାବାଗରୁ ଜଣେ ଯୁବକ ଚିହ୍ନଟ । ଜଗତପୁରରୁ ଜଣେ ବ୍ୟକ୍ତି ମଧ୍ୟ କ୍ୟାନସର ହସ୍ପିଟାଲ ଲିଙ୍କରେ ସଂକ୍ରମିତ ହୋଇଛନ୍ତି । ମହାନଦୀବିହାରରୁ ଜଣେ ମହିଳା ବି କରୋନାରେ ସଂକ୍ରମିତ ହୋଇଥିବା ବେଳେ ପୂର୍ବରୁ ସେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।

ଭୁବନେଶ୍ୱରରୁ ନୂଆ ୧୨ଟି କରୋନା ପଜିଟିଭ କେସ୍ ଚିହ୍ନଟ : ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ କୁ ବୃଦ୍ଧି