40.1 C
Bhubaneswar
Wednesday, April 24, 2024
Homeଓଡିଶାଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଏମସି ଓ ବିଡ଼ିଏ ଦ୍ୱାରା ମିଳିତ ଚଢାଉ

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଏମସି ଓ ବିଡ଼ିଏ ଦ୍ୱାରା ମିଳିତ ଚଢାଉ

ଭୁବନେଶ୍ୱର : ଅଶୋକ ନଗର ସ୍ଥିତ ୩ଟି ପ୍ରମୁଖ ଶୋ ‘ ରୁମ୍ ଉପରେ ଚଢାଉ କରାଯାଇଛି । ଚଢାଉ ସମୟରେ ବିଏମସି ଏବଂ ବିଡ଼ିଏର ଜଏଣ୍ଟ ସ୍କ୍ୱାର୍ଡ଼ ଦ୍ୱାରା ମିଳିତ ଭାବରେ ଚଢାଉ କରାଯାଇଛି । ସାମାଜିକ ଦୂରତା ନ ମାନିବା ଓ ମାସ୍କ ନ ପିନ୍ଧିବା ହେତୁ ଜରିମାନା ଆଦାୟ କରାଯାଇଛି । ଏଥିସହ ଖଣ୍ଡଗିରି ଅଞ୍ଚଳରେ ଖୋଲିଥିବା ଏକ ଜିମ୍ ବେଆଇନ ଭାବରେ ଖୋଲିଥିବା ହେତୁ ଜିମ୍‌କୁ ସିଲ୍ କରାଯାଇଛି ।

ଅଶୋକ ନଗର ସ୍ଥିତ ପଣ୍ଡା ଟ୍ରାଭେଲ ମାର୍ଟ , ମାକ୍ସ ଓ ଶ୍ରୀଲେଦର ଶୋରୁମ୍ ଉପରେ ଚଢାଉ କରାଯାଇଛି । ପଣ୍ଡା ଶୋ’ରୁମରୁ ୧୦୦୦ଟଙ୍କା ଆଦାୟ କରାଯାଇଥିବା ବେଳେ ଶ୍ରୀଲେଦରରୁ ୧୦ ହଜାରଟଙ୍କା ଫାଇନ ଆଦାୟ କରାଯାଇଛି ।

କରୋନା ପାଇଁ ରାଜ୍ୟରେ କୋଭିଡ଼ ନିୟମାନୁଯାୟୀ , ସମାଜିକ ଦୂରତା ମାନିବା , ମାସ୍କ ପିନ୍ଧିବା ଆଦିକୁ ବାଧ୍ୟତାମୂଳକ କରାଯାଇଛି । ଜୁଲାଇ ମାସଟି ସମସ୍ତଙ୍କୁ ସତର୍କତା ସହ ରହିବାକୁ ପଡ଼ିବ । ସେହିପରି ଜିମ୍ , ପିଲ୍ମ ହଲ୍‌, ମନୋରଞ୍ଜନ ପାର୍କ ଆଦି ଖୋଲିବାକୁ ବାରଣ କରାଯାଇଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ବେଆଇନ ଭାବେ ଖୋଲିଥିବା ଜିମ୍ କୁ ସିଲ୍ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking