32.1 C
Bhubaneswar
Saturday, May 4, 2024
Homeଓଡିଶାସ୍ଲଗ: ମୋ ପରିବାର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ

ସ୍ଲଗ: ମୋ ପରିବାର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ

 

 କଳାହାଣ୍ଡି : ମୋ ପରିବାର ଆନୁକୁଲ୍ୟରେ ମଙ୍ଗଳବାର ସନ୍ଧ୍ୟା ଭବାନୀପାଟଣା ସମ୍ପ୍ରସାରଣ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏକ ଲାପଟପ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସସି ଦଶମ ଶ୍ରେଣୀରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ୧୧ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ମୋ ପରିବାର ତରଫରୁ ଲାପଟପ୍ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ଅକ୍ଷୟ ନନ୍ଦ, ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଡ଼ଃ ଅଜୟ ମିଶ୍ର, ଇଂରାଜୀ ଅଧ୍ୟାପକ ଡଃ ଜୟଦେବ ସାହୁ, ଶିକ୍ଷାବିତ ପରାମାନନ୍ଦ ନନ୍ଦ ଅତିଥି ଭାବରେ ଯୋଗଦେଇ ଉଦବୋଧନ ଦେଇଥିଲେ । ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ଅବିନାଶ ଠାକୁର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାସଂଦ ସୁଜିତ କୁମାର, ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ଡିଇଓ ସୁଶାନ୍ତ ଚୋପଦାର, ପ୍ରଦୀପ ମୁଣ୍ଡ, ଯୁବନେତା ମଣ୍ଟୁ ନାଏକ, ଶିକ୍ଷକ ରବି କାନୁନଗୋ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଭବାନୀପାଟଣା ଆଦର୍ଶ ବିଦ୍ୟାଳୟର ସୌରଭ ସ୍ବାଇଁ, ପ୍ରଶାନ୍ତ ହରପାଳ, ତ୍ରିଭୁବନ ନାଗ, କେସିଂଗା ଆଦର୍ଶ ବିଦ୍ୟାଳୟର ଡି ସାହାଣୀ, ଡେନିୟର ସାହା, ମଦନପୁର ରାମପୁର ଓଏଭି ର ପ୍ରକାଶ ଦାସ, ଖୁସି ମିଶ୍ର, ନରସିଂହ ପାଣି, ଶ୍ବାତୀ ସାହୁ, ଶୈଳେଶ ପାଣିଗ୍ରାହୀ, ରୋଜାଲିନ ପ୍ରଧାନ ସମେତ ୧୧ ଜଣଙ୍କୁ ଓଡିଶା ମୋ ପରିବାର ତରଫରୁ ଲାପଟପ୍ ବଣ୍ଟନ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking