42.1 C
Bhubaneswar
Saturday, April 27, 2024
HomeUncategorizedସ୍ତ୍ରୀ ଉପରକୁ ସ୍ୱାମୀ ପକାଇଲା ଏସିଡ, ଆଉ ତା ପରେ..

ସ୍ତ୍ରୀ ଉପରକୁ ସ୍ୱାମୀ ପକାଇଲା ଏସିଡ, ଆଉ ତା ପରେ..

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରହୁଥିବା ଜଣେ ମହିଳାଙ୍କ ଉପରେ ତାଙ୍କ ସ୍ୱାମୀ ଏସିଡ ପକାଇଦେବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକେ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ବର୍ତମାନ ସେ ହାବରା ଷ୍ଟେଟ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୁହାଯାଉଛି ଯେ, ଶାଶୁଘରେ କିଛି କଳହ ପାଇଁ ସଂପୃକ୍ତ ମହିଳା ଜଣକ ନିଜ ବାପ ଘରେ ରହିଆସୁଥିଲେ । ଏହି ଘଟଣାଟି ବୁଧବାର ଦିନ ଉତ୍ତ୨୪ ପରଗଣା ଜିଲ୍ଲାର ଅଶୋକନଗର ପୁଲିସ ଷ୍ଟେସନର ଦୌଲତପୁର ଅଂଚଳରେ ଘଟିଛି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡିତାଙ୍କ ନାମ ହେଉଛି ସବିତା ସରକାର । ସେ ସେନ୍ଦେଗାଁ ଅଂଚଳରେ ରୁହନ୍ତି । କିଛି ବର୍ଷ ପୂର୍ବରୁ ସବିତା ଗଡାମାରା ଅଂଚଳର ଦିଲ୍ଲୀପ ମଜୁମଦାରଙ୍କୁ ବିବାହ କରିଥିଲେ । ବିବାହ ପରେ ସବିତା ସରକାର ଶାଶୁଘରୁ ଅଲଗା ହେବା ପରେ ନିଜ ବାପାଙ୍କ ଘରେ ରହୁଥିଲେ । ରିପୋର୍ଟ ଅନୁସାରେ, ସବୁଦିନ ଭଳି ବୁଧବାର ଦିନ ସବିତା ସାଇକେଲରେ କାମକୁ ଯାଉଥିଲେ । ସେହି ସମୟରେ ତାଙ୍କ ସ୍ୱାମୀ ଦିଲ୍ଲୀପ ମଜୁମଦାର ଦୌଲତପୁର ଅଂଚଳରେ ଥାଇ ଏସିଡ ତାଙ୍କ ଉପରକୁ ପକାଇଥିଲେ । ଫଳରେ ସେ ସାଇକେଲରୁ ତଳକୁ ପଡିଯାଇଥିଲେ । ଫଳରେ ତାଙ୍କ ବେକ ଓ ଚେହେରାର ଅଧା ଅଂଶ ପୋଡିଯାଇଛି । ଏବେ ସେ ଗୁରୁତର ଅବସ୍ଥାରେ ରହିଛନ୍ତି । ଏମିତି କାଣ୍ଡ ଘଟିବା ପରେ ପଡୋଶୀ ଗୋରାଇ ଘରେ ଶରଣ ନେଇଥିଲେ ମହିଳା । ପରେ ଏନେଇ ପିଡୀତାଙ୍କ ପିତା ନାରାୟଣ ସରକାରଙ୍କୁ ସୂଚନା ଦିଆଯାଇଥିଲା । ସୂଚନା ପାଇ ହସ୍ପିଟାଲରେ ସେ ପହଂଚିଥିଲେ । ଅଭିଯୁକ୍ତ ଜ୍ୱାଇଁ ବିରୋଧରେ ସେ ଥାନାରେ ଏତଲା ଦେଇଛନ୍ତି । ଅଶୋକନଗର ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking