37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଦିଲ୍ଲୀରେ ଖୋଲିବ ସ୍କୁଲ, ରହିଛି ଏହି ନିୟମାବଳୀ

ଦିଲ୍ଲୀରେ ଖୋଲିବ ସ୍କୁଲ, ରହିଛି ଏହି ନିୟମାବଳୀ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଦଶମ ଓ ଦ୍ୱାଦଶ ଶ୍ରଣୀର ପିଲାଙ୍କ ପାଇଁ ଖୋଲିବାକୁ ଯାଉଛନ୍ତି ସ୍କୁଲ । ରାଜଧାନୀରେ ସ୍କୁଲ ଜାନୁଆରୀ ୧୮ ତାରିଖରୁ ଖୋଲିବ । ହେଲେ ଛାତ୍ରଛାତ୍ରୀମାନେ କେବଳ ଗୋଟିଏ ସର୍ତ୍ତରେ ସ୍କୁଲ ଯାଇପାରିବେ । ତାହାଲେ ଚାଲନ୍ତୁ ଜାଣିବା ସେହି ନିୟମ ବିଷୟରେ ।
ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏବି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ଡେପୁଟି ସିଏମ ଓ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିୟା ଟ୍ୱିଟ କରି କହିଛନ୍ତି ଯେ, ଦିଲ୍ଲୀରେ ସିବିଏସଇ ବୋର୍ଡ ପରୀକ୍ଷା ଏବଂ ବ୍ୟବହାରିକତାକୁ ଦୃଷ୍ଟିରେ ରଖି ପ୍ରାକ୍ଟିକାଲ, ପ୍ରୋଜେକ୍ଟ, କାଉନସେଲିଂ ଇତ୍ୟାଦି ପାଇଁ ଜାନୁଆରୀ ୧୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଉଛି । ଅଭିଭାବକଙ୍କ ଅନୁମତିରେ ରେ ସେମାନେ ସ୍କୁଲ ଯାଇପାରିବେ । ଛାତ୍ରଛାତ୍ରୀ ଆସିବାକୁ ସେମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ସରକାରଙ୍କ ଏହି ପଦକ୍ଷେପକୁ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି । ସେହିଭଳି ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟ ଅନ୍ୟ ରାଜ୍ୟଗୁଡିକର ଉଦାହରଣ ଦେଇ କ୍ଲାସ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ମହାମାରୀର କରାଳ ରୂପକୁ ଦୃଷ୍ଟିରେ ରଖି ସରକାର ୧୬ ମାର୍ଚ୍ଚ ୨୦୨୦ରେ କେଜ୍ରୀଓାଲ ସରକାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ପରଠାରୁ ଅନଲାଇନ ମାଧ୍ୟମରେ କ୍ଲାସ ଚାଲିଥିଲା । ଏବେ ମଧ୍ୟ ତାହା ଜାରି ରହିଛି । ଏବେ କରୋନା ସଂକ୍ରମଣ ହ୍ରାସ ଓ ଟିକାର ଆଗମନକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ବ୍ୟତୀତ ଅନ୍ୟ ରାଜ୍ୟଗୁଡିକରେ ବି ସ୍କୁଲ ଖୋଲିଛି । ପଂଜାବ ସରକାର ୭ ଜାନୁଆରୀରୁ ସମସ୍ତ ସ୍କୁଲ ଖୋଲିସାରିଛନ୍ତି । ସେଠାରେ ସମସ୍ତ ସରକାରୀ, ଅର୍ଦ୍ଧ ସରକାରୀ ଓ ଘରୋଇ ସ୍କୁଲ ଖୋଲିଛି । ସକାଳ ୧୦ରୁ ଦ୍ୱିପ୍ରହର ୩ଟା ପର୍ଯ୍ୟନ୍ତ ସ୍କୁଲ ଖୋଲୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking