30.1 C
Bhubaneswar
Thursday, May 9, 2024
Homeଓଡିଶାମେ’ ୧ ଯାଏ ତାତିରୁ ନାହିଁ ନିସ୍ତାର

ମେ’ ୧ ଯାଏ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର : ରେକର୍ଡ କରିଛି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା। ଚଳିତ ସିଜିନରେ ପ୍ରଥମଥର ପାଇଁ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି। କେବଳ ରାଜଧାନୀ ନୁହେଁ, ପୂରା ରାଜ୍ୟ ପ୍ରବଳ ଖରା ଯୋଗୁ ଆଉଟପାଲଟ ହୋଇଛି। ୫ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଭୁବନେଶ୍ୱର ବ୍ୟତୀତ ଝାରସୁଗୁଡ଼ାରେ ୪୩.୬, ରାଉରକେଲାରେ ୪୨.୫, ଚାନ୍ଦବାଲିରେ ୪୨.୪, ସମ୍ବଲପୁରରେ ୪୨.୧, ହୀରାକୁଦରେ ୪୧.୮, ବାଲେଶ୍ୱରରେ ୪୧.୭, କେନ୍ଦୁଝରରେ ୪୧.୫, ଗୋପାଳପୁରରେ ୩୫.୪ ଓ ପୁରୀରେ ତାପମାତ୍ରା ୩୪.୭ ଡିଗ୍ରୀ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ ମାସରେ ୪ର୍ଥ ସର୍ବୋଚ୍ଚ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ଶେଷଥର ପାଇଁ ଏପ୍ରିଲ ୧ ତାରିଖ ୨୦୨୧ରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking