30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶପୁଅକୁ ପିଟିପିଟି ମାରିଦେଲା ନୃଶଂସ ବାପା

ପୁଅକୁ ପିଟିପିଟି ମାରିଦେଲା ନୃଶଂସ ବାପା

ଚଣ୍ଡିଗଡ଼: ବାପା ସାଜିଲା ବଇରି । ନାବାଳକ ପୁଅକୁ ଅତି ନିର୍ମମ ଭାବରେ ପିଟି ପିଟି ହତ୍ୟା କଲା ବାପା । ହତ୍ୟା ଘଟଣାକୁ ଲୁଚାଇବା ପାଇଁ ପୁଅର ମୃତଦେହକୁ ଜାଳିଦେଇଛି ନୃଶଂସ ବାପା । ସେପଟେ ପୋଲିସ ଘଟଣା ସମ୍ପର୍କରେ ଜାଣିବାପରେ ଅର୍ଦ୍ଧଦଗ୍ଧ ମୃତଦହେକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବାପା ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ସୋନିପତରେ । ସୂଚନା ଅନୁସାରେ, ହରିୟାଣା ସୋନିପତ ମୋହନା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ମୋହନ ନିବାସୀ ଓମପ୍ରକାଶ କୌଣସି କାରଣରୁ ତାଙ୍କ ପୁଅ ରୋହିତଙ୍କୁ ପିଟିପିଟି ହତ୍ୟା କରିଥିଲେ ।

କିନ୍ତୁ ଘରର ସିଡ଼ି ତଳେ ପଡ଼ିଯିବା କାରଣରୁ ରୋହିତର ମୃତ୍ୟୁ ହୋଇଥିବାର ନେଇ ଓମପ୍ରକାଶ ଗ୍ରାମବାସୀଙ୍କୁ କହିଥିଲା । ପରେ ରୋହିତଙ୍କ ମୃତଦେହକୁ ନେଇ ଗାଁ ପାଖରେ ଥିବା ଏକ ପଡିଆରେ ସତ୍କାର କରୁଥିଲେ ଓମପ୍ରକାଶ । ତେବେ ରୋହିତଙ୍କୁ ହତ୍ୟା କରାଯାଇଥିବା ନେଇ ଗ୍ରାମବାସୀ ସନ୍ଦେହ କରି ମୋହନା ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ । ସେପଟେ ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥାଳରେ ପହଞ୍ଚିଥିଲା ପୋଲିସ । ଏହାପରେ ଜଳୁଥିବା ରୋହିତଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଜୁଇରୁ ବାହାର କରି ବ୍ୟବଚ୍ଛେଦ ପାଇଁ ସୋନିପତ ସିଭିଲ ହସ୍ପିଟାଲକୁ ପଠାଇଥିଲେ । ଏହାସହ ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking