38.1 C
Bhubaneswar
Tuesday, April 23, 2024
Homeଓଡିଶାଭୀମ ଭୋଇ ମେଡିକାଲ କଲେଜ ପରିଚାଳନା କମିଟି ବୈଠକ ଶିଘ୍ର ଖୋଲିବ ସୁପର ସ୍ପେସାଲିଷ୍ଟ୍ ବିଭାଗ...

ଭୀମ ଭୋଇ ମେଡିକାଲ କଲେଜ ପରିଚାଳନା କମିଟି ବୈଠକ ଶିଘ୍ର ଖୋଲିବ ସୁପର ସ୍ପେସାଲିଷ୍ଟ୍ ବିଭାଗ – ନରସିଂହ

 

ବଲାଙ୍ଗିର: ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପରିସରରେ ଏହାର ପ୍ରଥମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁପସ୍ଥିତିରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଏ ପରିଚାଳନା କମିଟି ବୈଠକର ସଭାପତିତ୍ୱ କରିଥିଲେ । ମେଡିକାଲ କଲେଜର ଡିନ୍ ଏବଂ ପ୍ରିନ୍‌ସିପାଲର ସ୍ୱାଗତ ଭାଷଣରୁ ଆରମ୍ଭ ହୋଇଥିବା ଏହି ବୈଠକରେ ମେଡିକାଲ କଲେଜ ତଥା ଡାକ୍ତରଖାନାର ଭିତ୍ତିଭୂମି, ମାନବ ସଂସାଧନ, ରୋଗୀସେବା, ଶିକ୍ଷା ଓ ଉପକରଣ ତଥା ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବିଭିନ୍ନ ପ୍ରକାର ପ୍ରସ୍ତାବ ପାରିତ ହୋଇଥିଲା । ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭୀମଭୋଇ ମେଡିକାଲ କଲେଜର ବିଭିନ୍ନ ସମସ୍ୟା ଉପରେ ଗଭୀର ଆଲୋଚନା କରିଥିଲେ । କଲେଜ ଖୋଲିବା ଦିର୍ଘ ୩ ବର୍ଷ ବିତି ଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ହୃଦ ରୋଗ, କିଡନି ଜନିତ ରୋଗ, ମୁତ୍ର ରୋଗ ତଥା ସ୍ନାୟୁ ରୋଗ ବିଭାଗ ଖୋଲାଯାଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ଏହି ୪ଟି ବିଭାଗ ଖୋଲିବା ପାଇଁ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଇବାକୁ କହିଥିଲେ । ଯେତେ ଶିଘ୍ର ହେବ ଏହି ବିଭାଗ ଗୁଡିକ ଖୋଲିଲେ ହିଁ ଆମ ଅଂଚଳର ଲୋକେ ମେଡିକାଲ କଲେଜ ଓ ହସ୍‌ପିଟାଲର ପ୍ରକୃତ ଉପାଦେୟତା ପାଇ ପାରିବେ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । କଲେଜର ଶ୍ରେଣୀ କକ୍ଷ ଗୁଡିକରେ ଏସି ନ ଥିବାରୁ ତାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ତା ସହିତ ମେଡିକାଲ କଲେଜ ଭିତରେ ଏକ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାନ୍ଟ ଏବଂ ଅଭରହେଡ୍ ଟେଙ୍କ ନିର୍ମାଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ପଠାଇବାକୁ ପ୍ରସ୍ତାବ ପାରିତ ହୋଇଥିଲା । କଲେଜ ପରିସରରେ ୩୦ କୋଠରୀ ବିଶିଷ୍ଟ ଏକ ଅତିଥିଶାଳା ନିର୍ମାଣ ଯାହାରକି ବ୍ୟୟ ଅଟକଳ ୫ରୁ ୬କୋଟି ଟଙ୍କା ହେବ ତାହା ପାଇଁ ମଧ୍ୟ ଚିଠି ଲେଖିôବାକୁ ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ । ଡାକ୍ତରୀ ଛାତ୍ର ଛାତ୍ରୀମାନଙ୍କ ସୁରକ୍ଷା ତଥା କେମ୍ପସ ମଧ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ଆଉଟପୋଷ୍ଟ ନିର୍ମାଣ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଅଚଳ ଥିବା ତିନୋଟି ଲିଫ୍ଟ ଶିଘ୍ର ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ବର୍ତ୍ତମାନ ଡାକ୍ତରଖାନାରେ ରୋଗୀ ସଂଖ୍ୟା ଦୃଷ୍ଟିର ବେଡର ଅଭାବ ଥିବାରୁ ତୁରନ୍ତ ଅତିରିକ୍ତ ୬୦ଟି ବ୍ୟାଡ୍ ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ହେବା ସହ ପରେ ପରେ ଡାକ୍ତରଖାନରେ ଆଉ ୨୦୦ଟି ରୋଗୀ ସଜ୍ୟା ପ୍ରସ୍ତୁତ କରିବାକୁ ଆବଶ୍ୟକ ହେଉଥିବା ଜମି ଚିହ୍ନଟ ଶିଘ୍ର କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହା ସହ ମେଡିକାଲ କଲେଜ ପରିସରରେ ୫୦ କୋଟି ଟଙ୍କାର ଏକ ସ୍ପୋଷ୍ଟର୍ସ କମ୍ପେ୍ଲସର ନିର୍ମାଣ ପାଇଁ ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଇବାକୁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ଘାସ ପଡିଆ, ବ୍ୟାୟ।।ମଶାଳା, ଇନଡୋର ଖେଳ ସୁବିଧା ସହିତ ଏକ କ୍ୟାଣ୍ଟିନ ମଧ୍ୟ ରହିବ । ଏହି ଅବସରରେ ଭୀମ ଭୋଇ ମେଡିକାଲ କଲେଜ ପରିସରକୁ ସମ୍ପୁର୍ଣ୍ଣ ୱାଇ ଫାଇ ଯୁକ୍ତ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ଆବଶ୍ୟକିୟ ଅନୁଦାନ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking