32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିଜେପି ‌ଜିଲ୍ଲା କାର୍ଯ୍ୟାଳୟ ଭବନର ଶୁଭ ଉଦଘାଟନ

ବିଜେପି ‌ଜିଲ୍ଲା କାର୍ଯ୍ୟାଳୟ ଭବନର ଶୁଭ ଉଦଘାଟନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ନରଣପୁର ରେଲୱେ ଓଭରବ୍ରିଜ ନିକଟରେ ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟ ଭବନ ର ଶୁଭ ଉଦ୍ଘାଟନ ହୋଇ ଯାଇଛି। ଓଡ଼ିଶା ର ୬ ଟି ଜିଲ୍ଲା ର କାର୍ଯ୍ୟାଳୟ ଭବନ ମଧ୍ୟ ରୁ ଏହା ଅନ୍ୟତମ ଅଟେ । ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନ୍ୟବର ଶ୍ରୀଯୁକ୍ତ ଜଗତ ପ୍ରକାଶ ନଡ୍ଡା ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଜିଲ୍ଲା କାର୍ଯ୍ୟାଳୟ ଭବନ ର ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମାହାନ୍ତ ବର୍ମା , କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୂଖ୍ୟ ସଚେତକ ମୋହନ ଚରଣ ମାଝୀ , ରାଜ୍ୟ ଉପ ସଭାପତି ସୁକେସି ଓରାମ, ରାଜ୍ୟ ମୂଖପାତ୍ର ସତ୍ୟବ୍ରତ ପଣ୍ଡା ଓ ପୂର୍ବତନ କେନ୍ଦୁଝର ସାଂସଦ ଅନନ୍ତ ନାଏକ ଙ୍କ ସମେତ ଜିଲ୍ଲା ର ସମସ୍ତ ବିଧାୟକ ପାର୍ଥି ଏବଂ ବିଜେପି କର୍ମି ସମୂହ ଉପସ୍ଥିତ ଥିଲେ। ଏହି କାର୍ଯ୍ୟାଳୟ ଭବନ ର ଗଠନ ପରେ ଜିଲ୍ଲା ରେ ବି ଜେ ପି ର କାର୍ଯ୍ୟକ୍ରମ ଆହୁରି ଦୃଢ଼ ଓ ଗଠନ ମୂଳକ ହୋଇ ପାରିବ ବୋଲି ପ୍ରକାଶ କରିଛନ୍ତି ବି ଜେ ପି ଜିଲ୍ଲା ସଭାପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking