28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଶ୍ରୀମନ୍ଦିର ଖୋଲିବା ନେଇ ଆଶା ବଢିଲା

ଶ୍ରୀମନ୍ଦିର ଖୋଲିବା ନେଇ ଆଶା ବଢିଲା

ଭୁବନେଶ୍ୱର: ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟକୁ ମିଳିଛି ଅନୁମୋଦନ । ଆଜି ଏନେଇ ସୂଚନା ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଶ୍ରୀମନ୍ଦିରର ବ୍ୟୟ ବଢିଛି, ଆୟ ଅନେକ କମିଯାଇଛି । ଆୟ ବୃଦ୍ଧି ପାଇଁ ଅନଲାଇନ ଡୋନେସନ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ନେଇ ଆଶା ମଧ୍ୟ ବଢିଛି । ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ଆଲୋଚନା ସଂପର୍କରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଦର୍ଶନ ପ୍ରସ୍ତୁତି ଓ ରୂପରେଖ ନେଇ ଏକ କମିଟି ଗଠନ କରାଯାଇଛି । କମିଟିରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ସାମିଲ ହୋଇଥିଲେ । କାହାକୁ କେମିତି ଦର୍ଶନ ପାଇଁ ଅନୁମତି ଦିଆଯିବ, ସେ ନେଇ କମିଟି ନିଷ୍ପତ୍ତି ନେବ । ଏ ସଂପର୍କରେ ପରିଚାଳନା କମିଟି ଛତିଶା ନିଯୋଗ ସହ ବି କଥା ହେବ । ସମସ୍ତ ପ୍ରସ୍ତୁତି ପାଇଁ ପ୍ରାୟ ୧ ମାସ ସମୟ ଲାଗିବ ବୋଲି ସେ କହିଛନ୍ତି । ପାଖାପାଖି ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଏନେଇ ପ୍ରସ୍ତୁତ ହେବୁ । ସମସ୍ତ ପ୍ରସ୍ତୁତି ସରିଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ । ରାଜ୍ୟ ସରକାର ଯେବେ ଅନୁମତି ଦେବେ, ସେବେଠୁ ଦର୍ଶନ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking