30.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି କାଲିଠୁ ବର୍ଷା

ପୁଣି କାଲିଠୁ ବର୍ଷା

ଭୁବନେଶ୍ୱର : ପୁଣି କାଲିଠୁ ବର୍ଷା ହେବ | ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର  ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଯାଏ ରାଜ୍ୟରେ ପ୍ରାୟ ୮ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ସେହି ଜିଲ୍ଲାଗୁଡ଼ିକ ହେଲା ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୋଳ ଓ କେନ୍ଦୁଝର। ସେହିପରି ଗୁରୁବାର ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ହୋଇପାରେ । ବର୍ଷା ସାଙ୍ଗକୁ ଶୀତ ମଧ୍ୟ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ପାରଦ ସ୍ୱାଭାବିକ ତାପମାତ୍ରାରୁ ଏକରୁ ଦୁଇ ଡିଗ୍ରୀ ତଳକୁ ଖସିବ। ସେହିପରି ୪୮ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୩ରୁ ୪ ଡିଗ୍ରୀ କମିବ। ଦାରିଙ୍ଗିବାଡିରେ ସବୁଠାରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି। ସେଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking