33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସୋଲେମାନୀ ଝିଅଙ୍କ ଚେତାବନୀ, ଆମେରିକା ପାଇଁ ଦୁର୍ଦ୍ଦିନ ଆସୁଛି

ସୋଲେମାନୀ ଝିଅଙ୍କ ଚେତାବନୀ, ଆମେରିକା ପାଇଁ ଦୁର୍ଦ୍ଦିନ ଆସୁଛି

ୱାଶିଂଟନ:ଆମେରିକା ଦ୍ୱାରା ନିହତ ଇରାନ କମାଣ୍ଡର ଜେନେରାଲ କାସିମ ସୁଲେମାନୀର ମୃତ୍ୟୁରେ ସମଗ୍ର ଇରାନ ଶୋକ ପାଳନ କରୁଥିବା ବେଳେ ଆଜି ତାଙ୍କ ଝିଅ ଜିନାବ ସୋଲୋମନୀ ମଧ୍ୟ ଆମେରିକା ପ୍ରତି କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ଜିନାବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତୋବନୀ ଦେଇ କହିଛନ୍ତି , ପାଗଳ ଟ୍ରମ୍ପ, ଭାବନି ଯେ ମୋ ପିତା ସିହଦ ଦେହା ପରେ ସବୁ କିଛି ଶେଷ ହୋଇଗଲା । ତାହା ଭୁଲ, ଏବେଠୁ ଆରମ୍ଭ ହେଲା ଆମେରିକାର ଦୁର୍ଦ୍ଦିନ ବୋଲି ସେ କହିଛନ୍ତି ।
ମେଜର ଜେନେରାଲ କାସିମ ସୋଲେମାନୀଙ୍କ ସୋମବାର ଅନ୍ତେ୍ୱଷ୍ଟି କ୍ରୀୟା ଅବସରରେ ଇରାନବାସୀ ବହୁତ ସଂଖ୍ୟାରେ ଲୋକ ତେହେରାନ ୟୁନିଭର୍ସିଟି କ୍ୟାମ୍ପସରେ ଏକତ୍ରିତ ହୋଇଥିଲେ । ହଜାର ହଜାର ଦେଶବାସୀ ଉପସ୍ଥିତ ହୋଇ ନିଜର ପ୍ରୀୟ ସେନାମୁଖ୍ୟଙ୍କୁ ଶ୍ରଦ୍ଧାଞ୍ଜଳି  ଦେଇଥିଲେ । ସେଥିରେ ଦେଶର ମୁଖ୍ୟ ନେତା ଆୟାତୋଲ୍ଲା  ଅଲ୍ଲୀ ଖାମେନୀଙ୍କ ସମେତ ବହୁ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି  ଯୋଗ ଦେଇଥିଲେ । ଜିନାବ ଉପସ୍ଥିତ ଲୋକମାନଙ୍କୁ  ସମ୍ବୋଦନ କରି ଆମେରିକାକୁ ଏଭଳି ଚେତାବନୀ ଦେଇଛନ୍ତି ।  ଜିନାବ କହିଛନ୍ତି କି ତାଙ୍କ ପିତାଙ୍କ ମୃତ୍ୟୁ ଦେଶବାସୀଙ୍କୁ ଭାଙ୍ଗି ପାରିବ ନାହିଁ ବରଂ ଆମେରିକା ଜାଣି ରଖିବା ଉଚିତ କି ତାଙ୍କ ରକ୍ତ ଅଯଥା ନଷ୍ଟ ହେବ ନାହିଁ ।  ସେ ଜାଣନ୍ତି ଯେ, ହେଜବୁଲ୍ଲା ନେତା  ହସନ  ନସରାଲ୍ଲା ତାଙ୍କ ପିତାଙ୍କ ମୃତ୍ୟର ପ୍ରତିଶୋଧ ନେବେ ।  ଜିନାବଙ୍କ ଏହି ଅଭିଭାଷଣ ଦେଶର ସରକାରୀ ଗଣମାଧ୍ୟମରେ  ପ୍ରସାରିତ ହୋଇଛି । ଉକ୍ତ ସମାରୋହରେ ସୋଲେମାନଙ୍କୁ ଭଲ ପାଉଥିବା ଲୋକମାନେ ହିଁ ଯୋଗଦୋନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking