29.1 C
Bhubaneswar
Saturday, April 27, 2024
Homeଓଡିଶାଭାରତରେ ପାକିସ୍ତାନ ସ୍ୱାର୍ଥ ସାଧନ ଷଡଯନ୍ତ୍ର କରୁଥିବା ଶକ୍ତିଙ୍କ ମୁଖା ଖୋଲିବ ଏହି ଅଭିଯାନ -...

ଭାରତରେ ପାକିସ୍ତାନ ସ୍ୱାର୍ଥ ସାଧନ ଷଡଯନ୍ତ୍ର କରୁଥିବା ଶକ୍ତିଙ୍କ ମୁଖା ଖୋଲିବ ଏହି ଅଭିଯାନ – ଧର୍ମେନ୍ଦ୍ର ପ୍ରଧାନ

 
 ରେଭେନ୍ସା କଲେଜ୍ ଛକରୁ ବାହାରି ଖାନନଗର ପର୍ଯ୍ୟନ୍ତ ସହର ପରିକ୍ରମା
 ଜନଜାଗରଣକୁ ଓଡିଶାରେ ଅଭୁତପୂର୍ବ ଜନସମର୍ଥନ ମିଳୁଛି
 ସିଏଏ ଉପରେ ସ୍ପଷ୍ଟତା ଆଣିବା ପାଇଁ ବିଜେପି ପକ୍ଷରୁ ଏହି ଜନଜାଗରଣ ଅଭିଯାନ
 ସିଏଏ ଆଇନ ବଳରେ ୧ କୋଟିରୁ ଉର୍ଦ୍ଧ୍ୱ ଶରଣାର୍ଥୀଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେଇଛନ୍ତି ମୋଦି
 ଦେଶରେ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କଲେ ପାକିସ୍ତାନ,ଆଇଏସଆଇ ଓ କଂଗ୍ରେସକୁ କଷ୍ଟ ହେଉଛି
 ଆମ୍ବେଦକରଙ୍କ ଫୋଟ ଧରି ରାଜନୀତି କରୁଥିବା ଲୋକମାନେ ବୁଝିବା ଦରକାର ସବୁଠୁ ଅଧିକ ଶରଣାର୍ଥୀ
ଦଳିତ ବର୍ଗରେ ଅଛନ୍ତି
 ଭାରତୀୟ ସମ୍ବିଧାନରେ ବିଶ୍ୱାସ ରଖୁଥିବା ମୋଦିଙ୍କ ମନ୍ତ୍ର ସବକି ସାଥ୍‌-ସବ୍ କି ବିକାଶ-ସବ୍‌କି ବିଶ୍ୱାସ
 ଦେଶ ଅପେକ୍ଷା ଭୋଟ ରାଜନୀତିକୁ ଗୁରୁତ୍ୱ ଦେଉଥିବା ଲୋକମାନେ ମୋଦିଙ୍କ ଜନସମର୍ଥନ ପ୍ରତି ଭୟଭୀତ
 ସିଏଏ ଭାରତୀୟ ମୁସଲିମ ବିରୋଧୀ ଆଇନ ବୋଲି ଅପପ୍ରଚାରର ସତ୍ୟତା ଆଣିବା ପାଇଁ ଏହି ଅଭିଯାନ
 
କଟକ – ଯେଉଁମାନେ ଦେଶରେ ଶାନ୍ତି ଚାହୁଁନାହାନ୍ତି, ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି,
ପାକିସ୍ତାନ ବା ଆଇଏସଆଇର ଭାଷା ଭାରତରେ କହିବାକୁ ଚାହୁଁଛନ୍ତି ତଥା ପାକିସ୍ତାନର ଉଦ୍ଦେଶ୍ୟକୁ ଭାରତ ଭୂମିରେ
ସାଧିତ କରିବା ପାଇଁ ଚାହୁଁଛନ୍ତି ତାଙ୍କ ମୁହଁରୁ ପରଦା ହଟାଇବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ସୋମବାର
କଟକରେ ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନଜାଗରଣ
ପଦଯାତ୍ରାରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡିଶାରେ ସିଏଏ ଉପରେ ହେଉଥିବା ଜନଜାଗରଣକୁ ଅଭୁତପୂର୍ବ ଜନସମର୍ଥନ ମିଳୁଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ
କରିଛନ୍ତି । ସେ କହିଛନ୍ତି ଯେ ଦେଶରେ କିଛି ଅରାଜକ ତତ୍ୱ ଏକ ଭ୍ରମ ସୃଷ୍ଟି କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ସିଏଏ
ଭାରତୀୟ ମୁସଲିମ ବିରୋଧୀ ଆଇନ ବୋଲି ଅପପ୍ରଚାର କରାଯାଉଛି । ତେଣୁ ସିଏଏ ଉପରେ ସ୍ପଷ୍ଟତା ଆଣିବା ପାଇଁ
ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ କରାଯାଇଛି । ସିଏଏ ସଂଖ୍ୟାଲଘୁ ମାନଙ୍କୁ
ଭାରତରେ ନାଗରିକତା ଦେବାର ବ୍ୟବସ୍ଥା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଶନ୍ଧି ଦଶନ୍ଧି ଧରି ପାକିସ୍ତାନରୁ ଆସିଥିବା ଲୋକମାନେ ତଥା ଯେଉଁମାନଙ୍କର ସଂଖ୍ୟା
ଭାରତବର୍ଷରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ସେମାନଙ୍କୁ ସମ୍ବିଧାନରେ ସଂଶୋଧନ କରି ନାଗରିକତା ସଂଶୋଧନ ଆଇନ
ବଳରେ ନରେନ୍ଦ୍ର ମୋଦି କଷ୍ଟ ଯନ୍ତ୍ରଣାରୁ ମୁକ୍ତି ଦେଇ ନ୍ୟାୟ ପ୍ରଦାନ କରିଛନ୍ତି । ଭାରତରେ ଶରଣାର୍ଥୀଙ୍କୁ ନାଗରିକତା
ପ୍ରଦାନ କଲେ କଷ୍ଟ ପାକିସ୍ତାନ, ଆଇଏସଆଇ ଓ କଂଗ୍ରେସ ଦଳକୁ ହେଉଛି । ଏଥିପାଇଁ କଂଗ୍ରେସ, ଆମ୍ ଆଦମି ପାର୍ଟି,
ତୃଣମୂଳ କଂଗ୍ରେସକୁ ଜବାବ ଦେବାକୁ ପଡିବ ।

ନରେନ୍ଦ୍ର ମୋଦି ସରକାରଙ୍କ ନିୟମ ହେଲା ଗୋଟିଏ ଗୀତା, ଗୋଟିଏ ବାଇବେଲ ଏବଂ ଗୋଟିଏ କୁରାନ ଏବଂ ତା ନାଁ
ହେଲା ଭାରତୀୟ ସମ୍ବିଧାନ । ଏହା ଉପରେ ବିଶ୍ୱାସ ରଖି ନରେନ୍ଦ୍ର ମୋଦି ସରକାରଙ୍କ ଗୋଟିଏ ମନ୍ତ୍ର ସବକି ସାଥ୍‌- ସବ୍‌
କି ବିକାଶ-ସବ୍‌କି ବିଶ୍ୱାସ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏହି ଆଇନ ଭାରତୀୟ ମୁସଲିମ୍‌ଙ୍କ ବିରୋଧରେ ନୁହେଁ ।
ସବୁଠୁ ଅଧିକ ଶରଣାର୍ଥୀ ଦଳିତ ବର୍ଗର । ଆମ୍ବେଦକରଙ୍କ ଫୋଟ ଧରି ରାଜନୀତି କରୁଥିବା ଲୋକମାନେ ବୁଝିବା
ଦରକାର ସବୁଠୁ ଅଧିକ ଶରଣାର୍ଥୀମାନେ ଦଳିତ ବର୍ଗରେ ଅଛନ୍ତି । ସେମାନଙ୍କୁ ମୋଦି ଅଧିକାର ଦେଇ କଣ ଭୁଲ
କଲେ? ଆଜି ଯେଉଁମାନେ ଦେଶ ଅପେକ୍ଷା ଭୋଟ ରାଜନୀତିକୁ ଗୁରୁତ୍ୱ ଦିଅନ୍ତି ସେମାନଙ୍କ ମନ ଭିତରେ ଡର ରହିଛି ।
ନରେନ୍ଦ୍ର ମୋଦିଙ୍କ ଜନସମର୍ଥନ ଦେଖି ଭୟଭୀତ ହୋଇ ମୋଦିଙ୍କ ବିରୋଧରେ ଅପପ୍ରଚାର କରିବାର ଷଡଯନ୍ତ୍ର
କରାଯାଉଛି ।
ଦେଶକୁ ଧାର୍ମିକ ଆଧାରରେ ବିଭାଜନ କରା ଯାଇଥିବା କାରଣରୁ ଭାରତରୁ ଅଲଗା ହୋଇ ଇସଲାମୀ ଦେଶ ନିର୍ମାଣ
ହୋଇଥିବାରୁ ସେଠାରେ ଧାର୍ମିକ ଆଧାରରେ ନିର୍ଯ୍ୟାତନାର ଶୀକାର ହେଉଥିବା ସଂଖ୍ୟାଲଘୁ ମାନଙ୍କୁ ନାଗରିକତା ପ୍ରଦାନ
କରିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ଭାରତର ନୈତିକ ଦାୟିତ୍ୱ । ଏହି କଥାକୁ ମହାତ୍ମା ଗାନ୍ଧୀଙ୍କ ଠାରୁ
ଆରମ୍ଭ କରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ସମେତ ସମସ୍ତେ
ବାରମ୍ବାର କହି ସାରିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ରାଜ୍ୟସଭାରେ ଡା. ମନମୋହନ ସିଂହ ୨୦୦୩ ମସିହାରେ
ପଡୋଶୀ ପାକିସ୍ତାନ ଓ ବଙ୍ଗଳାଦେଶର ସଂଖ୍ୟାଲଘୁ ମାନଙ୍କୁ ଶରଣ ଦେବାକୁ ଆମର ବ୍ୟବହାର ଉଦାରପୂର୍ଣ୍ଣ ହେବାକୁ
ଦାବି କରିଥିଲେ ।
ଉଲ୍ଲେଖନୀୟ ଯେ, ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଜେପି
ପକ୍ଷରୁ ଦେଶବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି କଟକରେ ଆୟୋଜିତ
ବିଶାଳ ଦଳୀୟ ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । ପଦଯାତ୍ରା ସହରର କଲେଜ ଛକରୁ
ବାହାରି ରାଣୀହାଟ, ବଜ୍ରକବାଟୀ ରୋଡ୍‌, ଦୋଳମୁଣ୍ଡାଇ, ବାଦାମବାଡି ଦେଇ ଶେଷରେ ଖାନନଗର ଯାଏଁ ପରିକ୍ରମା
କରଥିଲା । ଏହି ଅଭିଯାନ ମାଧ୍ୟମରେ ଶ୍ରୀ ପ୍ରଧାନ ସିଏଏକୁ ସମର୍ଥନ ପାଇଁ ୮୮୬୬୨୮୮୬୬୨କୁ ମିସକଲ କରି
ମୋଦିଙ୍କୁ ସମର୍ଥନ କରିବା ପାଇଁ ସେ ଅପିଲ କର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking