26.1 C
Bhubaneswar
Wednesday, May 8, 2024
Homeଓଡିଶାବନ୍ଦ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଂଚିଲା

ବନ୍ଦ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଂଚିଲା

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି) : ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟର ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା କେବେ ହେବ ପରବର୍ତ୍ତୀ ସମୟ ନିର୍ଘଣ୍ଟ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଆସନ୍ତା କାଲି ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାୟ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହା କରାଯିଥିବା ଦର୍ଶାଯାଇଛି । ୧୨ଟି ଶ୍ରମିକ ସଙ୍ଗଠନ ସହ କଂଗ୍ରେସ ଓ ବିଜେଡି ଏହି ବନ୍ଦକୁ ସମର୍ଥନ କରୁଥିବା ଜଣାପଡ଼ିବା ପରେ ବନ୍ଦର ପ୍ରଭାବ ଅଧିକ ରହିବ ବୋଲି କୁହାଯାଉଛି । ସେଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି ।
ସ୍କୁଲ କଲେଜ ବନ୍ଦ ପାଇଁ ମଧ୍ୟ ସରକାରୀ ସ୍ତରରେ ବିଚାର ଚାଲିଥିôବା ଜଣାପଡ଼ିଛି । କିନ୍ତୁ ଏପର୍ଯ୍ୟନ୍ତ ସରକାରୀସ୍ତରରେ କିଛି ଘୋଷଣା ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking