32.1 C
Bhubaneswar
Friday, April 26, 2024
Homeକରୋନା'ଭିରାଫିନ'କୁ ଡିସିଜିଆଇ ମଞ୍ଜୁରୀ; କରୋନା ସହ ଲଢିବା ପାଇଁ ମିଳିବ ଶକ୍ତି

‘ଭିରାଫିନ’କୁ ଡିସିଜିଆଇ ମଞ୍ଜୁରୀ; କରୋନା ସହ ଲଢିବା ପାଇଁ ମିଳିବ ଶକ୍ତି

ନୂଆଦିଲ୍ଲୀ: ଭାରତରେ କରୋନାର ବେଗ ଦୃତ ବେଗରେ ମାଡିଚାଲିଛି  ଏବଂ ପ୍ରତିଦିନ ରେକର୍ଡ ଭାଙ୍ଗୁଛି ଏହି ମହାମାରୀ । ଏହାରି ମଧ୍ୟରେ କରୋନାକୁ ମାତ୍ ଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଶୁକ୍ରବାର ଭାରତର ଡ୍ରଗ୍ସ ରେଗୁଲେଟର  ତରଫରୁ ଜୁଡୁସର ‘ଭିରାଫିନ’କୁ ମଂଜୁରୀ ମିଳିଛି ।
ଏହି ‘ଭିରାଫିନ’ର ବ୍ୟବହାର କରୋନା ପୀଡିତାଙ୍କ ଚିକିତ୍ସାରେ ଲଗାଯିବ । ଶୁକ୍ରବାର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆ) ଜାୟଡସର ଏହି ମେଡିସିନକୁ ମଂଜୁରୀ ଦେଇଛି ।
ଯାୟଡସ ଦାବି କରିଛି ଯେ, ଏହାର ବ୍ୟବହାର ପରେ ୭ ଦିନରେ ୯୧.୧୫ ପ୍ରତିଶତ କରୋନା ରୋଗୀଙ୍କ ଆରଟି ପିସିଆର ଟେଷ୍ଟ ନେଗେଟିଭ ଆସିଛି । ଏହି ଆଣ୍ଟିଭାଇରଲ ଡ୍ରଗ ବ୍ୟବହାର ଦ୍ୱାରା କରୋନା ରୋଗୀଙ୍କୁ ଆଶ୍ୱସ୍ତି ମିଳିଛି ଏବଂ ଲଢିବା ପାଇଁ ଶକ୍ତି ମିଳିଛି ।
କମ୍ପାନୀ ଏହାକୁ ଭାରତରେ ପ୍ରାୟ ୨୫ ସେଣ୍ଟରରେ ଟ୍ରାଏଲ କରିଥିଲା । ଯେଉଁଥିରେ ଭଲ ଫଳ ପରିଲକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking