27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଭାରତର ଜେମସ୍ ବଣ୍ଡ ଅଜିତ ଡୋଭାଲ

ଭାରତର ଜେମସ୍ ବଣ୍ଡ ଅଜିତ ଡୋଭାଲ

ନୂଆଦିଲ୍ଲୀ : ଆପଣମାନେ ଜେମସ୍ ବଣ୍ଡଙ୍କ ନାଁ ଶୁଣିଥିବେ । ଏହା ଏକ କାଲ୍ପନିକ ସିକ୍ରେଟ ସର୍ଭିସ ଏଜେଣ୍ଟ ଙ୍କ ଚରିତ୍ର । ଯାହାକୁ ୧୯୫୩ରେ ବନାଯାଇଥିଲା । ଏହି ଚରିତ୍ର ଭଳି ଭାରତରେ ଜଣେ ଏପରି ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଜେମସ ବଣ୍ଡ ଭଳି କାମ କରୁଥିବାର ଦେଖାଯାଏ । ଆମେ କହୁଛୁ ଦେଶର ସୁରକ୍ଷା ପରାମଣର୍ଶଦାତା ଅଜିତ ଡୋଭାଲଙ୍କ ବିଷୟରେ । ଏବେ ସେ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବେ କାମ କରୁଛନ୍ତି ସତ କିନ୍ତୁ ପୁର୍ବ କିଛି ନଷନ୍ଧି ଧରି ସେ ଜଣେ ସିକ୍ରେଟ ଏଜେଣ୍ଟ ଭଳି ଦେଶ ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି ତାହା ପ୍ରଂଶସନୀୟ । ସେ ଅନେକ ବର୍ଷ ହେବ ପାକିସ୍ତାନରେ ସିକ୍ରେଟ ମିଶନରେ ରହି ସେଠାକାର ଖବର ଭାରତ ସୁରକ୍ଷା ଏଜେଣ୍ଟଙ୍କୁ ପଠାଉଥିଲେ । ଜାମ୍ମୁ କାଶ୍ମୀରୁ ୩୭୦ ହଟାଇବା ହେଉ ,ଅମୃତସରରେ ଅପରେସନ ବ୍ଲାକ ଥଣ୍ଡର କିମ୍ବା ପ୍ଲେନ ହାଇଜ୍ୟାକରଙ୍କ ସହିତ ଡିଲ କରିବା ହେଉ ପ୍ରତ୍ୟେକ କାର୍ଯ୍ୟରେ ଅଜିତ ଡୋଭାଲଙ୍କୁ ଆଗରେ ରଖାଯାଏ ।

ଅଜିତ ଡୋଭାଲଙ୍କ ଜନ୍ମ ଉତ୍ତରାଖଣ୍ଡର ପୌରି ଗରହ୍ୱାଲ ଜିଲ୍ଲାରେ ଏକ ଛୋଟ ଗ୍ରାମରେ ହୋଇଥିଲା । ତାଙ୍କ ପିତା ମଧ୍ୟ ଜଣେ ଆର୍ମି ଅଫିସର ଥିଲେ । ଏହା ଥିଲା ଅଜିତଙ୍କ ମନରେ ଦେଶଭକ୍ତି ଜାଗ୍ରତ ହେବାର ପ୍ରଥମ କାରଣ । ଅଜିତ ତାଙ୍କ ପ୍ରାଇମେରୀ ଶିକ୍ଷା ଆଜମେର ମିଲିଟାରୀ ବିଦ୍ୟାଳୟରେ କରିଥିଲେ । ସ୍କୁଲ ର ଶିକ୍ଷା ସମାପ୍ତ କରିବା ପରେ ୧୯୬୭ରେ ୟୁନିଭରସିଟି ଅଫ ଆଗ୍ରାରୁ ଇକୋନୋମିକ୍ସରେ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଆଇପିଏସ ଅଫିସର ହେବା ପାଇଁ ପ୍ରସ୍ତୁତି କରିଥିଲେ । ୧ବର୍ଷ ପ୍ରସ୍ତୁତି ପରେ ସେ ୧୯୬୮କେରଳ ଆଇପିଏସ ବ୍ୟାଚ ପାଇଁ ସିଲେକ୍ଟ ହୋଇଥିଲେ । ଆଇପିଏସ ସମୟରେ ସେ ୪ ବର୍ଷ କାଳ ଦେଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ୧୯୭୨ରେ ଇଣ୍ଟଲିଜେନ୍ସ ବ୍ୟୁରୋରେ ସାମିଲ ହୋଇଥିଲେ । ଏଥିରେ କାମ କରିବା ସହ ସେ ଅନେକ ସିକ୍ରେଟ ତଥ୍ୟ ଭାରତକୁ ଦେଇଥିଲେ । ସେ ଜଣେ ସିକ୍ରେଟ ଏଜେଣ୍ଟ ଭାବେ ପାକିସ୍ତାନରେ ୭ ବର୍ଷ ପାଇଁ କାର୍ଯ୍ୟ କରିଥିଲେ ।

୧୯୯୯ ରେ ହୋଇଥିବା କାନ୍ଧାର ପ୍ଲେନ ହାଇଜ୍ୟାକ ସମୟରେ ଅଜିତ ଡୋଭାଲ ୩ ଜଣ ଲୋକଙ୍କ ସହ ହାଇଜ୍ୟାକରଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ଏହାସହ ୧୯୮୮ରେ ଯେତେବେଳେ କିଛି ଆତଙ୍କୀ ମାନେ ଅମୃତସର ସ୍ୱର୍ଣ୍ଣମନ୍ଦରକୁ କବ୍ଚା କରିନେଇଥିଲେ ସେତେବେଳେ ସାଧାରଣ ଲୋକଙ୍କୁ ବଞ୍ଚାଇବା ପାଇଁ ଅପରେସନ ବ୍ଲାକ ଥଣ୍ଡର କରାଯାଇଥିଲା । ଏହି ଅପରେସନର ନେତୃତ୍ୟ ମଧ୍ୟ ଅଜିତ ଡୋଭାଲ କରୁଥିଲେ । ଏହାପରେ ପୁର୍ବ ଉତ୍ତରରେ ସେନା ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇର ଯୋଜନା । ବନାଇଥିଲେ । ୧୯୯୬ରେ ଅଜିତ ଡୋଭୋଲଙ୍କ ସଠିକ ନିର୍ଣ୍ଣୟ ଯୋଗୁଁ କାଶ୍ମୀରେ ନିର୍ବାଚନ ର ଆରମ୍ଭ ହୋଇପାରିଥିଲା । ଏକ ବର୍ଷ ପାଇଁ ଅଜିତ ଡୋଭାଲ ଆଇବିର ଡାଇରେକ୍ଟର ଭାବେ ମଧ୍ୟ କାମ କରିଛନ୍ତି । ଏହାପରେ ସେ କାର୍ଯ୍ୟରୁ ଅବସର ନେଇଥିଲେ । କିନ୍ତୁ ଅବସର ପରେ ମଧ୍ୟ ସେ ଦେଶ ପାଇଁ ସୁରକ୍ଷା ବିଷୟରେ ଭାଗ ନେଇଥିଲେ ଓ କାମ କରିଚାଲିଥିଲେ । ତାଙ୍କର ଦକ୍ଷତାକୁ ଦୃଷ୍ଟିରେ ରଖି ୨୦୧୪ରେ ତାଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରେ ସାମିଲ କରାଯାଇଥିଲା ।

ଏହାପରେ ଇରାନରୁ ୪୬ ଜଣ ନର୍ସଙ୍କୁ ଉଦ୍ଧାର କରିବା ହେଉ , ୨୦୧୬ରେ ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ହେଉ ବା ୨୦୧୯ରେ କମାଣ୍ଡର ଅଭିନନ୍ଦନଙ୍କୁ ଫେରାଇଆଣିବା ହେଉ ଏସବୁର ନେତୃତ୍ୟ ଅଜିତ ଡୋଭାଲ କରିଥଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking