26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଜେଡ୍ ପ୍ଲସ, ଜେଡ୍ ୱାଇ ସୁରକ୍ଷା କ'ଣ

ଜେଡ୍ ପ୍ଲସ, ଜେଡ୍ ୱାଇ ସୁରକ୍ଷା କ’ଣ

ନୂଆଦିଲ୍ଲୀ: ଆପଣମାନେ ଦେଖିଥିବେ ଅନେକ ଭିଆଇପି ଲୋକ କଡା ସୁରକ୍ଷା ମଧ୍ୟରେ ଯାଆସ କରନ୍ତି । ଯେମିତିକି ମୁକେଶ ଅମ୍ବାନୀ, ପିଏମ ନରେନ୍ଦ୍ର ମୋଦି । ଗୋଟିଏ ମିନିଟ ପାଇଁ ବି ସେମାନଙ୍କୁ ଏକା ଛଡାଯାଏ ନାହିଁ । ଏମାନଙ୍କ ଦିଆଯାଉଥିବା ସୁରକ୍ଷା ଭିନ୍ନ ଭିନ୍ନ ଭାଗରେ ବଣ୍ଟା ହୋଇଥାଏ । ଯେମିତିକି ଜେଡ୍ ପ୍ଲସ ସିକ୍ୱିରିଟି, ଜେଡ୍ ସିକ୍ୱିରିଟି ଓ ୱାଇ ସିକ୍ୱିରିଟି । ଏହାକୁ ଶୁଣିବା ପରେ ଆପଣ ଭାବୁଥିବେ ପ୍ରକୃତରେ ସିକ୍ୱିରିଟି କଣ । ଆଉ ଏମାନଙ୍କର କାମ କରିବାର ଶୈଳୀ କେମିତି ହୋଇଥାଏ । ଏଥିରେ କେଉଁମାନେ କାମ କରନ୍ତି ।
ଦୁଇ ପ୍ରକାରର ସିକ୍ୱିରିଟି ରହିଥାଏ । ଗୋଟିଏ ହେଲା ସେହିଭଳି ମଣିଷର ପଦ ହିସାବରେ ମିଳିଥାଏ ଏବଂ ଅନ୍ୟଟି ହେଲା ଜଣେ ମଣିଷର ଜୀବନ ପ୍ରତି ବିପଦକୁ ଦେଖି ଦିଆଯାଏ । ଯେମିତିକି କିଛି ଦିନ ପୂର୍ବରୁ ଆପଣ ଶୁଣିଥିବେ, ଭାରତୀୟ ଆକ୍ଟ୍ରେସ କଙ୍‌ଗନା ରଣାଓତଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଥିଲା । ପରେ ସେ ସରକାରଙ୍କୁ କହିଥିଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି । ଯାହାପରେ ସରକାର ତାଙ୍କୁ ଓାଇ ସିକ୍ୱିରିଟି ଦେଲେ । ତେବେ ଯେତେବେଲେ ଜଣେ ବ୍ୟକ୍ତିକୁ ମାରିଦେବାର ଧମକ ମିଳେ ସେ ସରକାରଙ୍କୁ ଏ ବିଷୟରେ ଜଣାନ୍ତି । ଯାହାପରେ ସରକାର ଗୁପ୍ତ ଭାବରେ ଏହାର ଯାଂଚ କରନ୍ତି । ପ୍ରକୃତରେ ସେହି ବ୍ୟକ୍ତିକୁ ସୁରକ୍ଷା ଦରକାର ନା ସେ ଏମିତି କହୁଛି, ଜାଣିବା ପରେ ଯାଇ ସରକାର ସୁରକ୍ଷା ଦିଅନ୍ତି । ତେବେ ସୁରକ୍ଷା ଦେବା ପୂର୍ବରୁ ଗୃହ ସଚିବ, ମହାନିର୍ଦ୍ଦେଶକ, ମୁଖ୍ୟ ସଚିବଙ୍କ ଏକ କମିଟି ଏହା ନିଷ୍ପତ୍ତି କରନ୍ତି ଯେ, ସୁରକ୍ଷା ମାଗୁଥିବା ବ୍ୟକ୍ତିକୁ କେଉଁ ପ୍ରକାର ସୁରକ୍ଷା ଦିଆଯିବ ।
ଭାରତରେ ନେତା, ଅଧିକାରୀଙ୍କ ବିପଦକୁ ଦୃଷ୍ଟିରେ ରଖି ସରକାର ଓ ପୁଲିସ ଦ୍ୱାରା ସୁରକ୍ଷା ଦିଆଯାଏ । ବିପଦ ଦେଖି ଜେଡ ପ୍ଲସ, ଜେଡ ୱାଇ କିମ୍ବା ଏକ୍ସ କ୍ୟାଟେଗୋରୀ ସୁରକ୍ଷା ଦିଆଯାଏ । ଏଭଳି ସୁରକ୍ଷା ପାଉଥିବା ବ୍ୟକ୍ତି କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି, ପ୍ରସିଦ୍ଧ ରାଜନେତା କିମ୍ବା କିଛି ସିନିୟର ବ୍ୟୁରୋକ୍ରେଟସ ଥାଆନ୍ତି ।
ଭାରତରେ ବର୍ତମାନ ୪୫୦ ଜଣଙ୍କୁ ଏଭଳି ସୁରକ୍ଷା ମିଳିଛି । ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଜେଡ୍ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ମିଳିଛି । ଜେଡ ପ୍ଲସ କ୍ୟାଟେଗୋରୀରେ ୩୬ ଜଣ ସୁରକ୍ଷାକର୍ମୀ ରୁହନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣ ଏନଏସଜି ଓ ଏସପିଜି କମାଣ୍ଡୋ ଥାଆନ୍ତି ଏବଂ ବାକି ପୋଲିସ ଟିମର ଥାଆନ୍ତି । ଏହି ସୁରକ୍ଷା ଭିଭିଆଇପିଙ୍କୁ ମିଳେ । ପ୍ରଥମ ଲେୟାରରେ ଦାୟିତ୍ୱ ଏନଏସଜିଙ୍କର ରହିଥାଏ । ଯେତେବେଳେକି ଦ୍ୱିତୀୟ ଲେୟାରରେ ଏସପିଜି ଅଧିକାରୀ ଥାଆନ୍ତି । ଏହାବ୍ୟତୀତ ଆଇଟିବିପି ଓ ସିଆରପିଏଫ ଯବାନ ବି ସୁରକ୍ଷାରେ ଥାଆନ୍ତି । ଜେଡ୍ ପ୍ଲସ ସୁରକ୍ଷାରେ ପ୍ରଧାନମନ୍ତ୍ରୀ ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି କମାଣ୍ଡୋ ସୁରକ୍ଷା ପ୍ରଦାନ କରିଥାନ୍ତି ।
ଜେଡ କ୍ୟାଟେଗୋରୀରେ ୨୨ ଜଣ ସୁରକ୍ଷା କର୍ମୀ ନିୟୋଜିତ ଥାଆନ୍ତି । ଏମାନଙ୍କ ମଧ୍ୟରେ ଦିଲ୍ଲୀ ପୋଲିସ, ଆଇଟିବିପି ଓ ସିଆରପିଏଫର ଯବାନ ରହିଥାନ୍ତି । ଜେଡ କ୍ୟାଟେଗୋରୀ ସୁରକ୍ଷା ପ୍ରାପ୍ତ ବ୍ୟକ୍ତିଙ୍କୁ ଗୋଟିଏ ଏସ୍କର୍ଟ କାର ବି ମିଳେ ।

ୱାଇ କ୍ୟାଟେଗୋରୀରେ ୧୧ ଜଣ ସୁରକ୍ଷାକର୍ମୀ ନିୟୋଜିତ ରୁହନ୍ତି, ଯେଉଁମାନଙ୍କ ମଧ୍ୟରେ ୨ ପର୍ସନାଲ ସିକ୍ୱିରିଟି ଅଫିସର୍ସ ସାମିଲ ରହିଥାନ୍ତି । ଏକ୍ସ କ୍ୟାଟେଗୋରୀରେ ମାତ୍ର ୨ ଜଣ ସୁରକ୍ଷାକର୍ମୀ ରୁହନ୍ତି । ସେମାନଙ୍କ ମଧ୍ୟରେ ଜଣେ ପିଏସଓ ସାମିଲ ଥାଆନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking