30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶପୂର୍ବତନ ମିସ୍‌ ଇକ୍ୟୁଏଡର୍ ପ୍ରତିଯୋଗୀଙ୍କୁ ଗୁଳି କରି ହତ୍ୟା

ପୂର୍ବତନ ମିସ୍‌ ଇକ୍ୟୁଏଡର୍ ପ୍ରତିଯୋଗୀଙ୍କୁ ଗୁଳି କରି ହତ୍ୟା

ନ୍ୟୁୟର୍କ : ଦିନ ଦ୍ୱିପହରେ ଇକ୍ୟୁଏଡରିଆନ୍‌ ବ୍ୟୁଟି କୁଇନ୍‌ଙ୍କୁ ଗୁଳି କରି ହତ୍ୟା। ମଡେଲ୍‌ ତଥା ପୂର୍ବତନ ମିସ୍‌ ଇକ୍ୟୁଏଡର୍ ପ୍ରିତିଯୋଗୀଙ୍କ ଉପରକୁ ଏକ ରେଷ୍ଟୁରାଣ୍ଟ ଭିତରେ ବନ୍ଧୁକଧାରୀମାନେ ଆଖିବୁଜା ଗୁଳିମାଡ କରିଛନ୍ତି। ମଧ୍ୟାହ୍ନ ଭୋଜନ କରିବା ବେଳେ ତାଙ୍କୁ ଗୁଳିମାଡ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଛନ୍ତି। ପୂର୍ବତନ ମିସ୍ ଇକ୍ୟୁଏଡର୍ ପ୍ରତିଯୋଗୀ ଲ୍ୟାଣ୍ଡି ପାରାଗା ଗୋଏବୁରୋ। ଲସ ରିଓସ ପ୍ରଦେଶରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ ଖାଉଥିବା ବେଳେ ବନ୍ଧୁକଧାରୀମାନେ ସେଠାକୁ ପଶି ଆସିଥିଲେ। ଏହାପରେ ତାଙ୍କ ଉପରକୁ ହଠାତ୍‌ ଗୁଳିମାଡ କରିଥିଲେ। ଫଳରେ ୨୩ ବର୍ଷୀୟ ଏହି ବ୍ୟୁଟି କୁଇନ୍‌ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହି ସମସ୍ତ ଘଟଣାର ସିସିଟିଭି ଫୁଟେଜ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମ୍ୟତ୍ୟୁର କିଛି ସମୟ ପୂର୍ବରୁ ହିଁ ଲ୍ୟାଣ୍ଡି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ। ଏଥିରୁ ହିଁ ତାଙ୍କ ଲୋକେସନ୍‌ ବିଷୟରେ ବନ୍ଧୁକଧାରୀମାନଙ୍କୁ ସୁରାଗ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking