30.1 C
Bhubaneswar
Friday, April 26, 2024
Homeକରୋନାବୋକାରୋରୁ ଏହି ରାଜ୍ୟକୁ ପଠାଗଲା ଅକ୍ସିଜେନ

ବୋକାରୋରୁ ଏହି ରାଜ୍ୟକୁ ପଠାଗଲା ଅକ୍ସିଜେନ

ନୂଆଦିଲ୍ଲୀ: ଦେଶ ବର୍ତମାନ ସମୟରେ ମହାସଂକଟ ମଧ୍ୟ ଦେଇ ଗତି କରୁଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ଖବର ଆସୁଛି । ଏହାମଧ୍ୟରେ ସବୁଠୁ ବଡ ଚିନ୍ତା ହେଉଛି ଅକ୍ସିଜେନକୁ ନେଇ । କାରଣ ଅନେକ ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇଛି । ସ୍ଥାନେ ସ୍ଥାନେ ସପ୍ଲାଇରେ ବି ସମସ୍ୟା ସାମ୍ନାକୁ ଆସିଛି । ଏହାରି ଭିତରେ ବାୟୁସେନା ମୋର୍ଚ୍ଚା ସମ୍ଭାଳିଛି । ଏୟାରଫୋର୍ସ ଏବେ ଅକ୍ସିଜେନ କଣ୍ଟେନର୍ସକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଂଚାଇବାକୁ ଲାଗିଛି ।
ଭାରତୀୟ ବାୟୁସେନାର ଦୁଇ ସି୧୭ ବିମାନ ବଡ ଅକ୍ସିଜେନ କଣ୍ଟେନର୍ସ, ଆଇଏଲ୭୬ ଗୋଟିଏ ଖାଲି କଣ୍ଟେନରକୁ ବଙ୍ଗଳାର ପନ୍ନାଗଡରେ ପଂହଚାଇଛି । ଏହି ତିନୋଟି କଣ୍ଟେନର୍ସ କୁ ଅକ୍ସିଜେନରେ ସଂପୂର୍ଣ୍ଣ କରାଯିବ ଏବଂ ଦିଲ୍ଲୀ ନିଆଯିବ । ବାୟୁସେନା ତରଫରୁ ଅକ୍ସିଜେନ ଯୋଗାଣକୁ ସଂପୂର୍ଣ୍ଣ କରିବା ପାଇଁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଅପରେସନ କରାଯିବ ।
ଏତିକି ନୁହେଁ, ବାୟୁସେନା ଏବେ ୨୩ ମୋବାଇଲ ଅକ୍ସିଜେନ ଜେନେରେସନ ପ୍ଲାଣ୍ଟସକୁ ଜର୍ମାନୀରୁ ଏୟାରଲିଫ୍ଟ କରାଯିବ । ଯାହାଦ୍ୱାରା ଏହାକୁ ହସ୍ପିଟାଲରେ ପହଂଚାଇ ଅକ୍ସିଜେନ ସପ୍ଲାଇକୁ ସୁଚାରୁ ରୂପେ ଚାଲୁ କରାଯାଇପାରିବ ।
ଏହାପୂର୍ବରୁ ବାୟୁସେନା କେନ୍ଦ୍ର ଶାସିତ ଅଂଚଳ ଲାଦାଖର ଲେହରେ କୋଭିଡ ଟେଷ୍ଟିଂ ସେଟଅପ ପହଂଚା ଯାଇଛି । ଯାହାଦ୍ୱାରା ଟେଷ୍ଟିଂ ପ୍ରକ୍ରିୟାରେ କୌଣସି ପ୍ରକାରର ପ୍ରତିବନ୍ଧକ ନଆସିବ ।
କେନ୍ଦ୍ର ସରକାରଙ୍କ କହିବା କଥା ହେଲା ଅକ୍ସିଜେନର ଅଭାବ ନାହିଁ, ହେଲେ ଯୋଗାଣରେ ସମସ୍ୟା ଆସୁଛି । ଅନେକ ସ୍ଥାନରେ ଅକ୍ସିଜେନ ସଡକ ପଥରେ ପଂହଚୁଛି । ସେଥିପାଇଁ ସମୟ ଲାଗୁଛି । ଦିଲ୍ଲୀ, ମହାରାଷ୍ଟ୍ର, ୟୁପି, ମଧ୍ୟପ୍ରଦେଶ, କର୍ଣ୍ଣାଟକ ସମେତ ଅନେକ ରାଜ୍ୟରେ ଏବେ ଅକ୍ସିଜେନ ନେଇ ବିବାଦ ଚାଲିଛି ।
ଝାଡଖଣ୍ଡ ବୋକାରୋରୁ ଅକ୍ସିଜେନ ଏକ୍ସପ୍ରେସ ଜରିଆରେ ସପ୍ଲାଇକୁ ଜୋରଦାର କରାଯାଉଛି । ବୋକାରୋରୁ ଶୁକ୍ରବାର ଲଖନଉ ପାଇଁ ଅକ୍ସିଜେନ ଏକ୍ସପ୍ରେସ ପଠା ଯାଇଛି । ସେଥିରେ ମୋଟ ୩ଟି ଟ୍ୟାଙ୍କର ପଠା ଯାଇଛି । ପ୍ରାୟ ୫୦ଟନ ଲିକ୍ୱିଡ ଅକ୍ସିଜେନ ୪ ଘଣ୍ଟାରେ ଭରା ଯାଇଛି । ବୋକାରୋରୁ ୟୁପି, ଏମପି, ଛତିଶଗଡ, ବିହାର, ବଙ୍ଗଳାକୁ ସପ୍ଲାଇ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking