32.1 C
Bhubaneswar
Friday, April 26, 2024
Homeଆଇପିଏଲ୍ -2022ଆଇପିଏଲ ୨୦୨୧: ଆଜି ମଇଦାନରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ-ପଞ୍ଜାବ କିଙ୍ଗସ

ଆଇପିଏଲ ୨୦୨୧: ଆଜି ମଇଦାନରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ-ପଞ୍ଜାବ କିଙ୍ଗସ

ନୂଆଦିଲ୍ଲୀ: ଆଇପିଏଲ ୧୪ ତମ ସିଜିନର ୧୭ ତମ ମ୍ୟାଚରେ ଶୁକ୍ରବାର ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସର ସାମ୍ନା ପଂଜାବ କିଙ୍ଗସ ସହିତ ହେବ । ମୁମ୍ବାଇ ନିଜ ପ୍ରଦର୍ଶନରେ ନିରନ୍ତରତା ହାସଲ କରିବା ପାଇଁ ବ୍ୟାଟିଂରେ ସୁଧାର କରିବା ଉଦ୍ଦେଶ୍ୟରେ ପଂଜାବ କିଙ୍ଗସର ସାମ୍ନା କରିବ , ଯିଏ ବିଜୟ ପଥକୁ ଫେରିବା ପାଇଁ ଚାହୁଁଛି । ଚେନ୍ନାଇରେ ଏମଏ ଚିଦାମ୍ବରମ ଷ୍ଟାଡିୟମ ରେ ଏହି ମୁକାବିଲା ୭.୩୦ରେ ଆରମ୍ଭ ହେବ ।
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଟିମ ବ୍ୟାଟିଂରେ ଖରାପ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗତ ମ୍ୟାଚରେ ପରାଜୟ ବରଣ କରିଥିଲା । ସେ ସେହି ପରାଜୟକୁ ଭୁଲି ପୁଣି ଟ୍ରାକକୁ ଫେରିବାକୁ ଚାହିଁବ । ଅଧିନାୟକ ନିଜେ ଭଲ ପ୍ରଦର୍ଶନ କରିଥିଲେ । ହେଲେ ଅନ୍ୟ ଖେଳାଳୀମାନେ ଭଲ ପ୍ରଦର୍ଶନ କରିନଥିଲେ ।
ମୁମ୍ବାଇର ବୋଲର ଭଲ ଖେଳ ପ୍ରଦର୍ଶନ କରି ଟିମକୁ ବିଜୟ ଦେଉଛନ୍ତି । ହେଲେ ଦିଲ୍ଲୀ ବିପକ୍ଷରେ ଏମିଚି କରିପାରିନଥିଲେ ।
ରୋହିତ ଦିଲ୍ଲୀ ବିପକ୍ଷରେ ଭଲ ଫର୍ମରେ ନଜର ଆସୁଥିଲେ । ହେଲେ ୨୦୨୦ ସଫଳ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନ ମ୍ୟାଚ ବିଜେତା ଯୋଗଦାନ ଦେଇପାରିନଥିଲେ, ଯାହାଫଳରେ ମୁମ୍ବାଇର କ୍ଷତି ହୋଇଥିଲା । ଚଳିତ ବର୍ଷ ଆଇପିଏଲରେ ଏବା ଆରମ୍ଭ ପର୍ଯ୍ୟାୟ ଚାଲୁଛି । ହେଲେ ମୁମ୍ବାଇ ଇଣ୍ଡିଆନ୍ସ ଚାହିଁବ ଯେ, ତାର ଖେଳାଳୀ ପଂଜାବ ବିପକ୍ଷରେ ଭଲ ଫର୍ମ ହାସଲ କରନ୍ତୁ ।
ମୁମ୍ବାଇ ଇଣ୍ଡିଆନ୍ସ- ରୋହିତ ଶର୍ମା(ଅଧିନାୟକ), ଏଡମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅନୁକୂଳ ରଏ, ଅର୍ଜୁନ ତେନ୍ଦୁଲକର, କ୍ରିସ ଲିନ, ଧବଲ କୁଲକର୍ଣ୍ଣିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜେମସ ନିଶାମ, ଜସପ୍ରୀତ ବୁମରାହ, ଜୟନ୍ତ ଯାଦବ, କିରୋନ ପୋଲାଡ, କୃଣାଳ ପାଣ୍ଡ୍ୟା, ମାର୍କୋନ ଜେନସନ, ମୋହାସିନ ଖାନ, ନାଥନ କୁଲଟର ନାଇଲ, ପିୟୁଷ ଚାବଲା, କ୍ୱିଂଟନ ଡିକକ, ରାହୁଲ ଚାହର, ସୌରଭ ତିଓାରୀ, ସୂର୍ଯ୍ୟକୁମାରୀ ଯାଦବ, ଟ୍ରେଂଟ ବୋଲ୍ଟ, ୟୁଦ୍ଧବୀର ସିଂହ ଚରକ
ପଂଜାବ କିଙ୍ଗସ-କେଏଲ ରାହୁଲ(ଅଧିନାୟକ), ମୟଙ୍କ ଅଗ୍ରଓାଲ, କ୍ରିସ ଗେଲ, ମନଦୀପ ସିଂହ, ପ୍ରବାସିମରନ ସିଂହ, ନିକୋଲସ ପୁରନ, ସରଫରାଜ ଖାନ, ଦୀପକ ହୁଡ୍ଡା, ମୃଗନ ଅଶ୍ୱୀନି, ରବି ବିଶ୍ରୋଇ, ହରପ୍ରୀତ ବରାଡ, ମୋହମ୍ମଦ ଶାମୀ, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନଲକଣ୍ଡେ, କ୍ରିସ ଜାର୍ଡନ, ଡେଭିଡ ମଲାନ, ଜୟ ରିଚର୍ଡସନ, ଶାହାରୁଖ ଖାନ, ରିଲେ ମେରେଡିଥ, ମୋଇଜେସ ହେନାରିକ୍ସ, ଜଲଜ ସକ୍ସେନା, ଉତ୍କର୍ସ ସିଂହ, ଫ୍ୟାବିୟନ ଏଲନ, ସୌରଭ କୁମାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking