27.1 C
Bhubaneswar
Wednesday, May 8, 2024
Homeଓଡିଶାଶନି, ରବି ଘଣ୍ଟାଏ କୋହଳ

ଶନି, ରବି ଘଣ୍ଟାଏ କୋହଳ

ଭୁବନେଶ୍ୱର : ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ସପ୍ତାହନ୍ତ ସଟଡାଉନ । ଶନିବାର ଓ ରବିବାର ସମସ୍ତ ସହରାଞ୍ଚଳ ସଟଡାଉନ ରହିବ । ତେବେ ଉଭୟ ଦିନ ସକାଳେ ଘଣ୍ଟାଏ ଲେଖାଏଁ କୋହଳ ମିଳିବ । ମର୍ଣ୍ଣିଂୱାକ ପାଇଁ ଓ ସାଇକ୍ଲିଂ ପାଇଁ ଘଣ୍ଟାଏ ଲେଖାଏଁ କୋହଳ କରାଯିବ । ସକାଳ ୫ ଟାରୁ ୬ ଟା ପର୍ଯ୍ୟନ୍ତ ଘଣ୍ଟାଏ ଲେଖାଏଁ କୋହଳ ସମୟ ମିଳିବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏହି ସଟଡାଉନ ଶୁକ୍ରବାର ସଂନ୍ଧ୍ୟାରେ ଆରମ୍ଭ ହୋଇ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ରହିବ ।

ତେବେ ରିଲିଫ କମିଶନର କହିଛନ୍ତି ଯେ ,ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ ଯାଞ୍ଚ କରାଯିବ । ଯେଉଁ ମାନଙ୍କର ଆରଟିପିସିଆର ନେଗେଟିଭ ସାର୍ଟିଫିକେଟ ଓ ଭ୍ୟାକସିନ ନେଇଥିବା ସାର୍ଟିଫିକେଟ ନଥିବ, ସେମାନଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱରେନଟାଇନ କିମ୍ବା ପେଡ୍ କ୍ୱାରେନଟାଇନରେ ରହିବାକୁ ପଡିବ । ଯେଉଁମାନଙ୍କର ଉକ୍ତ ସାର୍ଟିଫିକେଟ ଥିବ ସେମାନଙ୍କୁ ୧୪ ଦିନ ହୋମ କ୍ୱାରେନଟାଇନରେ ରହିବାକୁ ଅନୁମତି ଦିଆଯିବ । ହୋମ କ୍ୱାରେନଟାଇନରେ ରହିବା ସମୟରେ ସମସ୍ତ ସର୍ତ୍ତ ମାନି ରହିବେ । ଯଦି କେହି ଏହି ଗାଇଡଲାଇନକୁ ନମାନନ୍ତି ତେବେ ସେମାନଙ୍କୁ ୧୪ ଦିନ ଇନଷ୍ଟିଚ୍ୟୁସନାଲ କ୍ୱରେନଟାଇନରେ ରଖାଯିବ ।

ତେବେ ଓଡିଶାରୁ ଲୋକେ ଯଦି ପଶ୍ଚିମବଙ୍ଗକୁ ଯାଇକି ଫେରିଥିବେ , ତେବେ ସେ ଓଡିଶାର ବାସିନ୍ଦା ହୋଇଥାନ୍ତୁ କିମ୍ବା ବାହାର ରାଜ୍ୟର ହୋଇଥାନ୍ତୁ । ଓଡିଶାକୁ ପ୍ରବେଶ କରିବା ମାତ୍ରେ ଏହି ଆଦେଶ ସେମାନଙ୍କ ପାଇଁ ମଧ୍ୟ ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking