36.1 C
Bhubaneswar
Saturday, May 4, 2024
Homeକରୋନାମେ' ଓ ଜୁନରେ ମାଗଣା ରାସନ

ମେ’ ଓ ଜୁନରେ ମାଗଣା ରାସନ

ଭୁବନେଶ୍ୱର: ମେ’ ଓ ଜୁ ମାସରେ ମାଗଣା ରାସନ ବଣ୍ଟନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ମିଳିବ । ପ୍ରତି ଉପଭୋକ୍ତା ୫ କେଜି ଚାଉଳ କିମ୍ବା ଗହମ ମାଗଣାରେ ନେଇପାରିବେ । କରୋନା ସଂକ୍ରମଣରେ ଖାଦ୍ୟାଭାବ ଦୂରେଇବାକୁ ମାଗଣା ରାସନ ବଣ୍ଟାଯିବ । ଫଳରେ ଏହାଦ୍ୱାରା ୮୦ କୋଟି ଉପଭୋକ୍ତା ମାଗଣା ରାସନ ଯୋଗୁ ଉପକୃତ ହେବେ । ଏହି ଯୋଜନା ପାଇଁ ଖର୍ଚ୍ଚ ହେବ ପ୍ରାୟ ୨୬ ହଜାର କୋଟି ଟଙ୍କା ।
ସୂଚନାଯୋଗ୍ୟ ଦେଶରେ ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ କରିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ,ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୭୨୦ ନୂଆ ମାମଲା ରେକର୍ଡ ହୋଇଛି । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ପାର୍ ହୋଇ ୧୬୨୬୩୬୯୫ ହୋଇଛି । ଦଶରେ ୨୨୬୩ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତକଙ୍କ ସଂଖ୍ୟା ୧୮୬୯୨୦ରେ ପହଂଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking