33.1 C
Bhubaneswar
Thursday, April 25, 2024
Homeଓଡିଶାଦେଓଗାଁ ବ୍ଲକରେ ଅତ୍ୟାଧୁନିକ ସିଏଚସି କୋଠା ନିର୍ମାଣ ଦାବି କଲେ ବ୍ଲକ ଅଧ୍ୟକ୍ଷା

ଦେଓଗାଁ ବ୍ଲକରେ ଅତ୍ୟାଧୁନିକ ସିଏଚସି କୋଠା ନିର୍ମାଣ ଦାବି କଲେ ବ୍ଲକ ଅଧ୍ୟକ୍ଷା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଠାରେ ଏକ ଅତ୍ୟାଧୁନିକ ନୂତନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) କୋଠା ଗୃହ ନିର୍ମାଣ କରିବା ପାଇଁ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଦାବି କରିଛନ୍ତି । ଏ ନେଇ ସେ ବିଧିବଦ୍ଧ ଭାବରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶଙ୍କୁ ଏକ ପତ୍ର ଲେଖିଛନ୍ତି । ସେ ଲେଖିଥିବା ପତ୍ରରେ ଉଲ୍ଲେ୍‌ଖ କରିଛନ୍ତି ଯେ , ୧୯୬୭ ମସିହାରେ ଦେଓଗାଁ ବ୍ଲକ ସିଏଚସି କୋଠା ନିର୍ମାଣ ହୋଇଥିଲା । କୋଠା ନିର୍ମାଣ ହେବାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ମରାମତି ତଥା ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ବର୍ତ୍ତମାନ କୋଠାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଯେ କୌଣସି ସମୟରେ ଏହି କୋଠା ଭୁଷୁଡି ପଡିବାର ସମ୍ଭାବନା ରହିଛି । ନିକଟ ଅତୀତରେ କୋଠାର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ । ବର୍ତ୍ତମାନ କୋଠାର ଅବସ୍ଥା ଯାହା ମରାମତି ଦ୍ୱାରା ମଧ୍ୟ ଏହାକୁ ରକ୍ଷା କରାଯାଇ ପାରିବ ନାହିଁ । ସ୍ୱାସ୍ଥ୍ୟ ସେବା ପାଇଁ ଦେଓଗାଁ ବ୍ଲକର ପ୍ରାୟ ୯୭ ହଜାର ଲୋକ ଏହି ସିଏଚସି ଉପରେ ନିର୍ଭରଶୀଳ । ଏହା ସହିତ ସଇଁନ୍ତଲା , ଗୁଡଭେଲା ଓ ବଲାଙ୍ଗୀର ବ୍ଲକର ଲୋକମାନେ ମଧ୍ୟ ଏହି ସିଏଚସି ଉପରେ ନିର୍ଭରଶୀଳ । ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଲା ଯେ , ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ର ଏକ ଗ୍ରାମାଂଚଳ ପ୍ରଶିକ୍ଷଣ କେନ୍ଦ୍ର ଏହି ସିଏଚସି ନିକଟରେ ଅବସ୍ଥିତ । ଭୀମଭୋଇ ମେଡିକାଲ କଲେଜର ହାଉସ ସର୍ଜନ ଡାକ୍ତରମାନେ ଏହି ସିଏଚସିରେ ପ୍ରାକ୍ଟିକାଲ ପ୍ରଶିକ୍ଷଣ କରିବେ । ସେହି ଦୃଷ୍ଟିକୋଣରୁ ଦେଖିଲେ ଦେଓଗାଁ ସିଏଚସି ବ୍ଲକ ତଥା ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରୁଛି । ତେଣୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦେଓଗାଁ ବ୍ଲକରେ ଏକ ଅତ୍ୟାଧୁନିକ ସିଏଚସି କୋଠା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ ବୋଲି ଶ୍ରୀମତୀ ମେହେର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାଶଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking